STORYMIRROR

Jogeswar Majhi

Others

5.0  

Jogeswar Majhi

Others

ଜନ୍ମଭୂମି

ଜନ୍ମଭୂମି

1 min
1.1K




ଜନ୍ମଭୂମି ପରା ମୋ ମାତୃଭୂମି ରେ

ତାର କଥା ଭାବେ ମୁଁ ନିତିନିତି ରେ

ସେହି ମୋର ମାତୃଭୂମି ସବୁଠୁ ବଡ଼

ତାହା ଠାରୁ ବଡ଼ କିଏ କହରେ କହ

ଜ୍ଞାନ ରତ ଭାରତ ସବୁକୁ ଜଣା

କିଏ ନ ଜାଣି କି ଅଛି କି ଭଲା

ଶସ୍ୟ ସମ୍ପଦ ଭରା ଭାରତ ଦେଶ

ସେହି ଦେଶେ ଅଛି ମୋର ନିବାସ

ଦେଶରେ ସାମରିକ ଅଛି ଅଖଣ୍ଡ

ସେହି ଦେଶ ଅଟେ ଭାରତ ମୋର

ଜୀବନ ଥିବା ଯାଏ ଗାଇବି ଗୀତ

କେବେ ହେଲେ ଟଲିବିନି ଟିକେବି ମିତ

ସେହି ଦେଶେ ଜନ୍ମି ଲଭିଛି ଧନ୍ୟ

ତାହାଠୁ ଜଗତେ ନାହିଁ ତ ପୂଣ୍ୟ

ଜନ୍ମଭୂମି ପରା ମୋ ମାତୃଭୂମି ରେ

ତାର କଥା ଭାବେ ମୁଁ ନିତିନିତି ରେ

ସେହି ମୋର ମାତୃଭୂମି ସବୁଠୁ ବଡ଼

ତାହା ଠାରୁ ବଡ଼ କିଏ କହରେ କହ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍