ଆମ ଦେଶ ଗୌରବମୟ
ଆମ ଦେଶ ଗୌରବମୟ
1 min
186
ଧନ୍ୟ ଧନ୍ୟ ତୁହିଁ ଭାରତବର୍ଷ
ସମସ୍ତ ଦେଶ କୁ କରି ଅଛୁ ଗ୍ରାସ
ଧନ୍ୟ ତୋହର କଳା ସଂସ୍କୃତି
ପର୍ଯ୍ୟଟକ ର ମନେ କରିଛି ସ୍ମୃତି
ଧନ୍ୟ ତୋହର ରଥଯାତରା
କରିଛି ଲୋକଙ୍କୁ ଅତି ବାଉରା
ଧନ୍ୟ ତୋହର ଆତ୍ମକାହାଣୀ
ଲେଖକଙ୍କୁ କରେ କେତେ ଚାହାଣୀ
ଧନ୍ୟ ତୋହର ବୀର ପୁରୁଷ
ତତେ କରିଛି କେତେ ଆଦର୍ଶ
ଧନ୍ୟ ତୋହର ମହୀସାଗର
ପ୍ରକ୍ଷାଳନ କରେ ପାଦ ତୋର
ଧନ୍ୟ ତୋହର ହିମାଳୟ
ତତେ କରିଛି ଗୌରବମୟ
ଧନ୍ୟ ତୋହର ଶିକ୍ଷା-ବିଜ୍ଞାନ
ସମସ୍ତଙ୍କୁ କରେ ଜୀବନ ପ୍ରଦାନ
ଧନ୍ୟ ତୋହର ଧର୍ମ ସ୍ରଷ୍ଟା
ସମସ୍ତଙ୍କ ମନେ ଦିଏ ପରାକାଷ୍ଠା
ଧନ୍ୟ ତୋହର ନଦୀମାନ
ସମସ୍ତଙ୍କ ହୃଦେ କରେ ଆସନ
ଧନ୍ୟ ତୋହର ଗୁଣ ଗାରିମା
ତାହାର ରହିଛି କେତେ ମହିମା
ଧନ୍ୟ ତୋହର କାରୁକାର୍ଯ୍ୟ
ତୋ ନିବାସୀ ଅଟନ୍ତି ଆର୍ଯ୍ଯ ।
