STORYMIRROR

Neelima Nivedita

Others

1  

Neelima Nivedita

Others

ସ୍ଵପ୍ନ

ସ୍ଵପ୍ନ

1 min
2.4K


ସ୍ଵପ୍ନଟିଏ ଥିଲ ତୁମେ

ସ୍ଵପ୍ନଟିଏ ଥିଲ

ଚୁପିଚୁପି ନିଦେ ଆସି

ମନ ଚୋରି କଲ,


ଜହ୍ନ ରାଇଜରୁ ଆସି

ଖୁସି ବିଞ୍ଚି ଦେଲ

ପବନ ଛୁଆଁରେ ମୋତେ

କରୁଥିଲ ଗେଲ,


ସେଦିନର ରାତି ଥିଲା

ଶେଫାଳିର ଫୁଲ

ବିତିଗଲା ଇତି ହେଇ

ଅମୂଲ ତା' ମୂଲ,


ଚଇତାଳି ଗୀତ ତୁମେ

ଅଦିନ ବାଦଲ

ଯେତେ ଦୂରେ ଥାଅ ମୋତେ

ଲାଗ ସେତେ ଭଲ,


ଫଗୁଣର ଫଗୁ ଆସି

ସାଜିଯାଏ ବିଲ

ପୀରତିରେ ଫେରିଆସେ

ପୁଣି ସ୍ଵପ୍ନ ପଲପଲ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍