STORYMIRROR

Neelima Nivedita

Others

2  

Neelima Nivedita

Others

ନିରବ ଅନୁରାଗ

ନିରବ ଅନୁରାଗ

1 min
13.9K


କିଏ ଭଲା ରୋକିପାରିବ "କଢି"କୁ

ଫୁଲ ହେଇ ନିଜକୁ ସଂପୂର୍ଣ୍ଣ ପ୍ରସ୍ଫୁଟିତ କରିବାକୁ ?

ନିଜ ଛୋଟବଡ଼ ପାଖୁଡ଼ାରେ ରଙ୍ଗ ବୋଳିଆଖି ଆଇନାରେ ମନ୍ଦମନ୍ଦ ହସିବାକୁ ?


ରୋକି ହୁଏ କିନ୍ତୁ ଲୁହକୁ

ଯିଏ ଲୁଚି ରହିଥାଏ ପଲକର ପଛ ପଟେ

ରୋକି ହୁଏ ବି ହସକୁ

ଯିଏ ଝୁଲିଥାଏ ଦୁଇ ଫାଳ ଓଠର କବାଟେ

ରୋକି ହୁଏନି ଯାହା ସିଏ କେବଳ

ତୁମ ପ୍ରତି ମୋର ଅନୁରାଗ...

ଠିକ୍ ସେଇ ଫୁଲ ପରି ଫୁଟୁଥାଏ ଚୁପିଚୁପି ନିରବରେ ।


Rate this content
Log in