STORYMIRROR

Neelima Nivedita

Others

2  

Neelima Nivedita

Others

ଲୁହର ଶେଯ

ଲୁହର ଶେଯ

1 min
13.1K


ରଙ୍ଗବେରଙ୍ଗ ପାନମହୁରୀ ଦେଲ ନା

ତୁମେ ଢାଳିଦେଲ ମୋ ପାପୁଲିରେ ଇନ୍ଦ୍ରଧନୁର ସାତ ରଙ୍ଗ

ଆଖି ବୁଣି ନେଲା ସ୍ଵପ୍ନ କେତୁଟା ଆଉ

ଠିକ୍ ସେତିକିବେଳେ ଓଠ ମୋ ହଜାଇ ଦେଲା ହସର ଦିଗ ।


ହଉ ହେଲା...

ହଜୁ ସେ ଗୋଲାପି ହସ,

ଚେକାପାରି ବସୁ ତା’ ଜାଗାରେ ଦରଫୁଟିଲା ନାଲିଆ ଲାଜ

ହେଇ ହେଇ ବା କ’ଣ ହେବ ଯେ ?

“ହଁ” କହି ଆପଣେଇବ ମୋତେ

ନଚେତ୍ “ନା” କହି ଉପହାର ଦେବ ଲୁହର ଗୋଟିଏ ଶେଯ !


Rate this content
Log in