STORYMIRROR

Chinmoyee Mohanty

Others

3  

Chinmoyee Mohanty

Others

ସଂକଳ୍ପ

ସଂକଳ୍ପ

1 min
13.6K


ସ୍ଵାଧୀନତାର ସୁନେଲି ସୂର୍ଯ୍ୟ 
ହସିଥିଲା ଯେବେ ,ଦୂର ଆକାଶର ଛାତିରେ,
ଶହୀଦ୍ ରକ୍ତରେ ଭିଜା ମାଟି ତଳୁ ଖୋଜୁଥିଲା କିଏ
ଉଜୁଡା ଅତୀତ,ସୋହାଗ ସିଂଦୂର
ଆଖି ଲୁହ ଧାରେ ଧାରେ।
ଏ ଦେଶ ମହାନ୍ ପରମ୍ପରା ଗଢା
ଭୋଗରେ ନୁହେଁ ତ ତ୍ୟାଗରେ
ମାତୃଭୂମିର ମାନ ରଖିବାକୁ
ହୋଲି ଖେଳୁ ଆମେ ରକ୍ତରେ।
ବୀର ପ୍ରସବିନୀ ମାଆ ଯେ ଆମର
ଆମେ ହାରିଵା ଶିଖିନୁ ଜୀବନରେ,
ସାମ୍ୟ ମୈତ୍ରୀର ନାନାବାୟା ଗୀତ
ଗାଇ ଶୁଣାଇଛି ସଧୀରେ।
ଶାନ୍ତି ପ୍ରିତୀର ସାମ ସଂଗୀତ
ଭାସି ଆସେ ପବନରେ,
ଆମ ଗୌରବ, ଆମର ଗର୍ବ
ତ୍ରିରଙ୍ଗା ଉଡୁଛି ହରଷରେ।
କଂଟାରେ ଆମେରେ ଫୁଟାଇବୁ ଫୁଲ
ଭରି ଦେବୁ ହସ ମାଆ ମୁଁଁହରେ,
ସ୍ଵାଧୀନତା ଆମ ଜନ୍ମ ଅଧିକାର
ପର ଅଧିନ ତ ଲେଖା ନାହିଁ ଆମ କପାଳରେ।।
।।।ଚିନ୍ମୟୀ।।।


Rate this content
Log in