STORYMIRROR

bibhu parida

Others

2  

bibhu parida

Others

ସ୍ମୃତି

ସ୍ମୃତି

1 min
13.7K


ନିଶବ୍ଦତାର ଦୁନିଆରେ

ମନର ଦରଜା ଖୋଲି

ପାଦ ଚିପି ସ୍ମୃତି ଆସେ

ହୃଦୟ ଦୁଆରେ ।। ।।

ସମୟର କାନଭାସେ

ଅଙ୍କା ସବୁ ଅନୁଭୂତି

ମୋ ମନର ପରଦାରେ

ପ୍ରତିଛବି ତାର ଭାସେ ।। ।।

କେବେ ମନ୍ଦ ମଳୟ ରେ

ସ୍ମୃତି ର କୁସୁମ ହସେ

ସ୍ମୃତି ଦୀପ ଜଳେ କେବେ

ବିଷାଦ ନିଆଁ ରେ ।। ।।

ଜୀବନ ର ଭଟ୍ଟା ଯେତେ

ସ୍ମୃତି ର ସାଗରେ ଉଠେ

ମନ ତରୀ ଝୁଲେ ସେଠି

ତାର ତାଳେ ତାଳେ ।। ।।

ହୃଦୟ ପଞ୍ଜୁରୀ ଭିତରେ

ସ୍ମୃତି ବନ୍ଦୀ ପକ୍ଷୀଟିଏ

ମନ ଆକାଶେ ଉଡୁଥିଲା

ସମୟର ବନ୍ଦୀ ସିଏ ।। ।।

ଅତି ଆପଣାର ସ୍ମୃତି

ପ୍ରିୟା ଠାରୁ ପ୍ରିୟ ତର

ଜୀବନ ନାଟକେ ମୋର

ନାହିଁ ତାର ଆଦି ଇତି ।। ।।

ବିଭୁ ପ୍ରସାଦ ପରିଡା । ବାଙ୍ଗାଲୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍