STORYMIRROR

bibhu parida

Others

3  

bibhu parida

Others

ମୋ ସାଧବ ବୋହୁ

ମୋ ସାଧବ ବୋହୁ

1 min
13.9K


ପହିଲି ବରଷା ପରେ

ଭିଜା ଭିଜା ମାଟି

ଘାସ ଫୁଲରୁ ଫୁଲରୁ ଯାଏ

ଥିରି ଥିରି ଚାଲେ ମୋ ସାଧବ ବୋହୁ ।। ।।

ନାଲି ପାଟ ଶାଢ଼ୀ ପିନ୍ଧି

ପାଦରେ ଅଲତା ନାଇ

ମଥାରେ ଓଢଣା ଦେଇ

ଥିରି ଥିରି ଚାଲେ ,ମୋ ସାଧବ ବୋହୁ ।। ।।

ପାଦେ ପାଦେ ତାର ଶିରୀ

ଭାରି ସୁକୁମାରୀ

ଅଧରେ ହସ ଭରି

ଥିରି ଥିରି ଚାଲେ ମୋ ସାଧବ ବୋହୁ ।। ।।

ପ୍ରିୟ। ତାର କାହିଁ ଦୁରେ

ଦୂର ଦେଶ ବିଦେଶରେ

ତା ସୁଖ ମନାସି ଥରେ

ଥିରି ଥିରି ଚାଲେ ମୋ ସାଧବ ବୋହୁ ।। ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍