ଧୋକା
ଧୋକା
1 min
13.9K
ମୋ ଭରସା ର ବନ୍ଧ ଭାଙ୍ଗିଦେଇ
ତୁମେ ଚାଲିଗଲା ପରେ,
ମନ ମୋର ଭାସେ ଅଥଳ ଜଳରେ।।
ମୋ ସପନ ର ନୀଡ଼ ଭାଙ୍ଗିଦେଇ
ତୁମେ ଚାଲି ଗଲା ପରେ
ଜୀବନ ଖୋଜେ ମୁହିଁ କୁଢ଼ କୁଢ଼ ଅତୀତରେ ।। ।।
ମୋ ପ୍ରୀତି ର ମିନାର ଭାଙ୍ଗିଦେଇ
ତୁମେ ଚାଲିଗଲାପରେ
ମଣିଷ ଖୋଜେ ମୁହିଁ ଜୀଅନ୍ତା ଶବରେ ।।
ମୋ ଆଶା ର ଦୀପ ଲିଭାଇ
ତୁମେ ଚାଲି ଗଲା ପରେ
ଜୀବନ ର ରାହା ଖୋଜେ ଅମଡା ବାଟରେ।। ।।
ମୋ ବିଶ୍ୱାସ ରେ ବିଷ ଦେଇ
ତୁମେ ଚାଲି ଗଲା ପରେ
ନିଜକୁ ଖୋଜେ ମୁଁ ମୋ ଛବି ଭିତରେ ।।
ମୋତେ ପରକରିଦେଇ
ତୁମେ ଚାଲି ଗଲା ପରେ
ଅବାଟ ର ହାତ ଧରି ଚାଲେ।। ।।
ବିଭୂ ପ୍ରସାଦ ପରିଡା ,ବାଙ୍ଗାଲୋର
