STORYMIRROR

Pankajabasini Mohanty

Others

3  

Pankajabasini Mohanty

Others

ସ୍ମୃତି ଆଲବମ

ସ୍ମୃତି ଆଲବମ

1 min
160

ଗୋଲାପ ଫୁଲର ପାଖୁଡା ତଳେ 

ଫଟୋ ଟି 

ଆପଣାର ମାନେ 

ଆଖିରୁ ଲୁହ ଗଡା଼ଇ 

ଆତ୍ମାର ସଦ୍ଗତି କାମନାରେ I


ତା ପରେ 

କାନ୍ଥରେ ଝୁଲୁଛି 

ଫୁଲ ସବୁ ସୁଖୀ ଝଡ଼ୁଚି 

ଅଳନ୍ଦୁରେ ମୁହଁ I


କେବେ ଓଦା କପଡ଼ାରେ 

ପୋଛା ହେଲେ 

ମୋ କାଚ ଦେହରେ 

ଗାର ପଡେ 

କେବେ ଫ୍ୟାନ ପବନରେ 

ତଳେ ପଡି ଚୁର ମାର I


ଏକ ବର୍ଷ ପରେ 

ଚନ୍ଦନ ଓ ସିନ୍ଦୁର ଟୋପା 

ଫୁଲର ଗଜରା 

ହସି ହସି ମୋ ମୁହଁ ମୁଁ ଦେଖେ I


ଜାଣିଲ "ସ୍ମୃତି

ଆମ ସେଲଫିର ଯେତେ ଫଟୋ 

ତମେ ସବୁ ଦେଖିବ 

ଯାହା ତମକୁ ଭଲ ଲାଗିବ 

ତୁମେ ତାକୁ ସାଇତି ଦବ।


ଆଉ ସେ ଆଲବମର 

ଉପରେ ଟିକେ ବଡ଼ ବଡ଼ 

ଅକ୍ଷ୍ୟରରେ ଲେଖିବ 

"ସ୍ମୃତି" ଆଲବମ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍