ଅମୃତ ସମ୍ପର୍କ
ଅମୃତ ସମ୍ପର୍କ
1 min
198
ସମ୍ପର୍କ ଜରାୟୁର
ସମ୍ପର୍କ ଦଶମାସ ଦଶଦିନର
ସମ୍ପର୍କ ଅମୃତ ଛାତିର
ସମ୍ପର୍କ ପଣତର
ସମ୍ପର୍କ ଜହ୍ନମାମୁଁର
ସମ୍ପର୍କ କୋଳ ଝୁଲଣର
ସମ୍ପର୍କ ନିଦ ମାଉସୀର
ସମ୍ପର୍କ ଡାହାଣିଆ ଖରାବେଳର
ସମ୍ପର୍କ ଶୈଶବରୁ ଯୌବନ
ସମ୍ପର୍କ ଦୀର୍ଘାୟୁର
ସମ୍ପର୍କ ହାତର ପ୍ରଲେପ
ସମ୍ପର୍କ କସ୍ତୁରୀ ଚନ୍ଦନ
ସମ୍ପର୍କ ପାଦଧୂଳିର
ସମ୍ପର୍କ ସବୁ ଠିକଣାର
ସମ୍ପର୍କର ଶବ୍ଦ ତୁ
ସମ୍ପର୍କ ଜନ୍ମ ଜନ୍ମର
ସମ୍ପର୍କ ପୂର୍ଣ୍ଣମୀର ଜହ୍ନ
ସମ୍ପର୍କ ତୋ ସହ ମୋର
ତୁ ମୋ "ବୋଉ"
