STORYMIRROR

Lipsa Patel

Others

2  

Lipsa Patel

Others

ଶୀତ

ଶୀତ

1 min
268


ଦିନରଆୟୁଷ କୁ କମେଇ

ସେ ରାଜୁତି କରୁଛି

ସୋରିଷ ଫୁଲର କ୍ଷେତରେ

ଅଳସ ରବିର କିରଣକୁ ଥାପିଦିଏ

ଧୀରେଧୀରେ ଧରା ପୃଷ୍ଠ ରେ

ଭିଜେଇଦିଏ ଅନ୍ଧାରକୁ ଶିଶିର ଜଳେ

କେତେ ପୁଣ୍ୟ ଆର୍ଜେ

କାର୍ତ୍ତିକରେ ହବିଷ୍ୟାଳି ଗହଳରେ

ଅଁଳା ଗଛ ତଳେ ,ସୋଲ ଡଙ୍ଗାରେ

ଘରେ ଘରେ ବିରାଜିତ ହୁଏ

ମହାଲକ୍ଷ୍ମୀ ବେଶେ ପକ୍ଵ ଧାନର ସ୍ଵାକ୍ଷରରେ

ଗୀତ ହୋଇ ଭାସିଆସେ

କୃଷକ ଅଧରେ

ନିଜକୁ ଆଉଟିକେ ନିଜର କରେ

ମଖମଲି କମ୍ବଳରେ

ହାତବୁଣା ସ୍ଵେଟର ,ମଫଳରରେ

ଭରିଦିଏଭିନ୍ନ ମାଦକତା

ପଲ୍ଲୀ ସହର ଅଗଣା ଦାଣ୍ଡରେ

ନିଜର ସେଇ କୁହୁକ ସ୍ପର୍ଶରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Lipsa Patel

ଶୀତ

ଶୀତ

1 min ପଢ଼ନ୍ତୁ

ବୋଝ

ବୋଝ

1 min ପଢ଼ନ୍ତୁ