STORYMIRROR

Lipsa Patel

Others Tragedy

2  

Lipsa Patel

Others Tragedy

ବୋଝ

ବୋଝ

1 min
396


ବୋଝଟି ବୋହିବାକୁ ଏବେ ପ୍ରସ୍ତୁତ ଭାବୁ ଭାବୁ

ଲଦି ହୋଇଯାଏ ଆଉ କେତେ ଯେ ବୋଝ

ଆତ୍ମୀୟଙ୍କ ଅଭିମାନ , ମନ ତଳ କୋହ

ଅନେକ ନିରବ ପ୍ରତିବାଦ ।

ହାଲୁକା କରିପାରେନା

ବୋଝର ଜୁଆଳିକୁ

ଲହୁଲୁହାଣ ହୁଏ

ଅପମାନିତ ହୁଏ

ବିଶ୍ଵାସଘାତକତାର ଶିକାର ହୁଏ ।

କିଏ କହେ ମୂକ ପାଲଟିଛି

କିଏ କୁହେ ମୂର୍ଖ ;

ହାତେଇ ପାରେନି

ଜୀବନ ଜିଇ ବାର କୌଶଳ

ହୁଗୁଳା କରିପାରେନି ବୋଝକୁ

ବୋଝକୁ ଉତାରିବାର କଳା

ବୋଧେ ଜଣାନାହିଁ ମୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Lipsa Patel

ଶୀତ

ଶୀତ

1 min ପଢ଼ନ୍ତୁ

ବୋଝ

ବୋଝ

1 min ପଢ଼ନ୍ତୁ