STORYMIRROR

Monalisa Dash

Others

2.0  

Monalisa Dash

Others

ସ୍ବପ୍ନ

ସ୍ବପ୍ନ

1 min
40.9K


ସ୍ବପ୍ନ ଏକ କାରାଗାର
ପ୍ରାପ୍ତିର, ଅପ୍ରାପ୍ତିର
ସ୍ବପ୍ନ ଏକ ବାଲିଘର
ରାତି ଆଉ ସକାଳର!

ସ୍ବପ୍ନ କେବେ ନୁତନ ପୁଲକ
କେବେ ଫୁଲର ମହକ
କେବେ ଗ୍ଲାନିର ଦହକ
କେବେ ପୁଣି ପୀଡାର ଲୋତକ!

ସ୍ବପ୍ନ, ରଂଗତୁଲୀ ଏକ ବିଦଗ୍ଧ ଶିଳ୍ପିର
ଯିଏ ରଂଗ ଭରେ ଆଶା ନୀରାସାର
କେବେ ପ୍ରତିବିମ୍ବ ଆଉ କେବେ ଛବି ବାସ୍ତବର
ଆମ ଜୀବନର,ସୁଖର ଦୁଖର!

ସ୍ବପ୍ନ, ଏକ ପ୍ରତିଧ୍ବନି ଆମ ହୃଦୟର
ପ୍ରେମର, ପ୍ରତାରଣାର
ପ୍ରଶ୍ନର , ଉତ୍ତରର
ପୁର୍ନତାର, ଶୁନ୍ୟତାର!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍