STORYMIRROR

Monalisa Dash

Others

4  

Monalisa Dash

Others

ବର୍ଷା

ବର୍ଷା

1 min
238

ବର୍ଷା ଆସେ ମୋ ଘର ସାମ୍ନା ଲଣ୍ଡା ପାହାଡ଼ରେ

ଲେଉଟାଣି ପକ୍ଷୀଙ୍କ ଘରମୁହାଁ କାକଳିରେ

ବାଲକୋନୀରେ ସନ୍ଧ୍ୟା ଚା' ର ଆସର ସରି ଆସୁ ଆସୁ

ବର୍ଷା ଆସେ ମୋ ବଗିଚା ବତୁରା ମାଟିର ସୁରଭିରେ । ୧।


ବର୍ଷା ଆସେ ଅଚାନକ, ଅଜଣା ଅତିଥି ପରି ଅସୂର୍ଯ୍ୟ ସହରରେ

ଏକା ରହୁଥିବା ମୋ ପ୍ରେମିକାର ସିକ୍ତ କବରୀରେ

ବର୍ଷା ଆସେ ଆରଣ୍ୟକ କ୍ଷୁଧା ନେଇ ମିଠା ମିଠା ଆଦିମ ତୃଷ୍ଣାରେ

ଆନମନା ହୁଏ, ସ୍ମୃତି ଆଉ ଶୂନ୍ୟତାରେ ମୋତେ ଖୋଜି ହୁଏ

ରାତ୍ରିର ବୟସ ବଢ଼େ ପ୍ରିୟା ମୋତେ ଏକା ଏକା ଝୁରେ

କେବେ ଲେଖି ରଖେ ତା’ର ଅଧାଲେଖା ବର୍ଷା ଡାଏରୀରେ । ୨ ।


ବର୍ଷା ଆସେ ଗାଁ ହାଟ ବ୍ୟସ୍ତ ବିପଣୀରେ

ଝୁଣ୍ଟି ପଡୁଥିବା ଦୁଃଖସୁଖକୁ ଗୋଟେଇ

ବର୍ଷା ଆସେ ଝୁମ୍ପୁଡ଼ିର ଦରଭଙ୍ଗା ଖୋଲା ଝରକାରେ

କାଠଚୂଲିର ଆଲୁଅରେ ତେଲ ଲୁଣକୁ ପରଖି ନଉ ନଉ

ବର୍ଷା ଆସେ ସାତସିଆଁ ରେଜେଇରେ, କେବେ ପୁଣି କ୍ଳାନ୍ତି ଫେଣ୍ଟା ଅଜସ୍ର ସ୍ୱପ୍ନରେ । ୩ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍