STORYMIRROR

Manoj Swain

Others

2  

Manoj Swain

Others

ସାଗରର ଆର୍ତ୍ତନାଦ

ସାଗରର ଆର୍ତ୍ତନାଦ

1 min
555


ସନ୍ଧ୍ୟା ଆକାଶରେ ସୂର୍ଯ୍ୟାସ୍ତର ରକ୍ତିମ ଆଭା

ମନର କୋହରେ ଫାଟି ପଡିଥିବା ହୃଦୟର

ପିଚ ପିଚ ରକ୍ତ ଛିଟା ପରି...

କିଏ ଜାଣେ କିଏ ଏତେ ନିର୍ଦୟ

ବୁଝିଲାନି ଛାତି ଫାଟିବାର କଷ୍ଟ କଣ?


ନିର୍ଜନ ବେଳାଭୂମିରେ ସାଗରର ଘୋ ଘୋ ଗର୍ଜନ

ଏ କଣ କାହାର ଆର୍ତ୍ତନାଦ?

ସମୁଦ୍ର, ଯାହାର ହୃଦୟ ଅଥଳ

ଆଜି ସେ ଏତେ ଅସ୍ଥିର କାହିଁକି?

ଅନବରତ ମୁଣ୍ଡ ପିଟୁଛି ଆସି ବେଳାଭୂମିରେ

କଣ ସେ ଅକୁହା ବେଦନା

ଯାହା ତାକୁ ଉନ୍ମାଦ କରିଛି


ପକ୍ଷୀ ସବୁ ଉଡ଼ିଗଲେ ନିଜ ବସା କୁ

ଲୋକ ସବୁ ଫେରିଗଲେ ନିଜ ଘରକୁ

ହେଲେ ଏ ସାଗର?

ସେ କୁଆଡେ ଯିବ?

ଏହି ବେଳାଭୂମି ତ ତାର ଘର...


ଆଜି ଯାଏ କେତେ ଯେ ଆଶ୍ରିତ ଥିଲେ ତାର ପ୍ରଶାନ୍ତ ହୃଦୟରେ

ସବୁ ଆଜି ଚାଲିଗଲେ ନିଜ ଖୁସି ସନ୍ଧାନରେ

ଆଉ ଛାଡିଦେଇ ଗଲେ ସାଗର କୁ ଏକା ଏକା

ଏମିତି ଦିନ ରାତି ନିଜ ଛାତି ପିଟିବାକୁ....

ଏମିତି ଏକା ଏକା ଆର୍ତ୍ତନାଦ କରିବାକୁ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍