STORYMIRROR

Sasmita Behera

Others

3  

Sasmita Behera

Others

ସ୍ୱାତୀ

ସ୍ୱାତୀ

1 min
366



ଏକ ଉଜ୍ଜ୍ୱଳ ନକ୍ଷତ୍ରର ନାଁ

ସୂର୍ଯ୍ୟ କବାଟ କିଳିଲା ପରେ

ଯିଏ ଉଦ୍ଭାସିତ ହୁଏ

କଳା ମଚ ମଚ ଆକାଶ ଦେହରେ

ବିଞ୍ଚିଦେଇ ତାର ଜ୍ୟୋତିରୁ ମୁଠାଏ...


ହେଲେ ମୋ ଜୀବନ

ଆଜି ଢାଙ୍କି ହେଇଯାଇଛି

କାଳ ବୈଶାଖୀର କଳା ନଜର ରେ...

ଲିଭିଯାଇଛି ସବୁଦିନ ପାଇଁ

ଝଲସୁ ଥିବା

ମନ ଆକାଶ ର ତାରକା ଟି...


ଚାହିଁଲେ ଵି

ବାହାରି ପାରୁନି..

ଛାତିଏ ଅନ୍ଧାର କୁ ଡେଇଁ...

ସନ୍ଧି କରିନେଇଛି

ଶେଷ ନିଦ୍ରା ଯାଏଁ

ତା ପଣତ ତଳେ ରହିବା ପାଇଁ ..

ତିଳ ତିଳ କରି

ଜାଳିଛି ନିଜକୁ...


ସତ ଚେଷ୍ଟା ବାରବାର ବିଫଳ ହୁଏ...

ମୁକୁଳି ପାରେନି

ସ୍ମୃତି ନଈ ରୁ...

ଯୋଉଠି ଵି ଥାଅ

ସେ ଅଦୃଶ୍ୟ ନିୟନ୍ତା

ଭରି ଦିଅନ୍ତୁ

ତଵ ଜୀବନ ରେ

ଖୁସିର ଫୁଆର...


ସତ କହୁଛି ସ୍ୱାତୀ

ତୁମେ ଗଲା ପରେ

ଦେଖିନି ସେ ଅଲାଜୁକୀ ଜହ୍ନକୁ..

ବସନ୍ତ ଵି ନିରୁଦ୍ଧିଷ୍ଟ

ତମ ପୂରୁଣା ମନି ପର୍ସର

କେଉଁ ଅନ୍ଧାରୁଆ ଇଲାକା ରେ...

ସ୍ବପ୍ନ ସବୁ ବିସ୍ଥାପିତ

ଇଛା ମାନେ ମଉଳି ଗଲେଣି

ତୁମ ବାଟ ଚାହିଁ ଚାହିଁ..


ସେଇ ନଈକୂଳ

ଏବେ ଵି ମୋତେ ପରିହାସ କରେ..

ହେଲେ ମୁଁ ଫସି ଯାଇନି

ତା ର ସେ ମିଛ କଟାକ୍ଷ ରେ...

କାରଣ ମୁଁ ଜାଣିଛି

ସେଥିପାଇଁ ତ ବଞ୍ଚିଛି..

ଯଦି ବା ଏହା ନିଶ୍ଚିତ

ତୁମେ ଫେରିବନି କେବେ

ମୋ ମନର ମାନସୀ ହୋଇ...

କିନ୍ତୁ ମାରି ପାରିନି

ଶେଷ ଇଛା ଟିକକ

ଆମର ପ୍ରତ୍ୟାବର୍ତ୍ତନ

ଆଉ ଏକ ନୂଆ ରୂପ ରେ

ନବ ପ୍ରଭାତ ପୁଣି

ପୁନର୍ଜନ୍ମ ନାମ ରେ...

ଶେଷ ଶେଷହୀନ

ପ୍ରତୀକ୍ଷା ର ପଥେ...

ନିଜକୁ ଜାଳି ଚାଲିଛି

ଅହରହ...

ତୁମ ଭାବନାର ଅନ୍ତର୍ଜ୍ୱଳନରେ..


ଇଂ ସସ୍ମିତା ବେହେରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍