STORYMIRROR

Sasmita Behera

Others Tragedy

3  

Sasmita Behera

Others Tragedy

ଅନ୍ତର୍ଦାହ

ଅନ୍ତର୍ଦାହ

1 min
27.9K


ଜାଣି ନଥିଲି ଏତେ କମ୍ ଦିନରେ

ଆମ ଏ ସମ୍ପର୍କର ଅନ୍ୟନାମ

ପ୍ରେମ ହେବ ବୋଲି...!

ମୋର ନିଜର ଅନିଚ୍ଛାରେ

କେମିତି କେଜାଣି ବନ୍ଦି ହୋଇଗଲି

ତୁମ ପାଖରେ

ନା ବଢି ପାରୁଛି ଆଗକୁ

ନା ପାଦ ଫେରୁଛି ପଛକୁ

ଡେଣା ନଥିବା ପ୍ରଜାପତିଟେ ପରି

ବାରବାର ଉଡିବାର ଚେଷ୍ଟା

ବିଫଳ ହୁଏ

ଜୀବନର ପ୍ରଲମ୍ଵିତ ରାଜ ରାସ୍ତାରେ..

ତୁମେ କଣ କେବେ ବୁଝିପାରିଛ

ମୋର ଯନ୍ତ୍ରଣାକୁ

ଏକ ଲେଲିହାନ୍ ଅଗ୍ନିକୁଣ୍ଡରେ

ଯାଜ୍ଞସେନୀ ପରି

ଜାଳି ଚାଲିଛି ନିଜକୁ..

ବିନା ସର୍ତ୍ତରେ ଗ୍ରହଣ କରିନେଇଛି

ତୁମର ସବୁ ଅସ୍ତିତ୍ଵ...

ମୋର ସବୁ ବର୍ତ୍ତମାନ ଆଉ ଭବିଷ୍ୟତ

ପିନ୍ଧା ପଣତରେ ବନ୍ଧା ଏବେ ।

ଧରି ନେଇଛି ଯେବେ ଠାରୁ ତୁମ ହାତ

ସନ୍ଧି କରିଛି ନିଜ ସହ

ସାଥୀ ହେବା ପାଇଁ

ତୁମର ପ୍ରତିଟି ଦୁଃଖ ଆଉ ସୁଖରେ...।

ସସ୍ମିତା ବେହେରା

ସୋଲର,ଛତିଆ,ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍