STORYMIRROR

Sasmita Behera

Others

3  

Sasmita Behera

Others

ଏବେ ତ ଆସିଛ ଫେରି

ଏବେ ତ ଆସିଛ ଫେରି

1 min
665


ଲକ୍ଷେ ଯୋଜନର

ଦୂରତାକୁ ଡେଇଁ

ଏବେ ତ ଆସିଛ ଫେରି...

ତଥାପି କାହିଁକି

ପାଦ କାଢିଲଣି

ହୃଦୟ ମୋ ଚୁନା କରି...


ପ୍ରତୀକ୍ଷାର ଶେଷେ

ପାହାନ୍ତି ପ୍ରହର

ଏ ଯାଏଁ ହୋଇନି ନାଲି..

ଟିକିଏ ଅନ୍ଧାର

ସରିଯାଉ ସାଥୀ

ଯିବ ପଛେ ଦୂରେ ଚାଲି...


ଅସରନ୍ତି ରାତି

ପୁହାଇ ଦେଇଛି

କେଇ ଯୋଡ଼ା ଶବ୍ଦ ନେଇ...

ତୁମେ ଅଛ ବୋଲି

ମୁଁ ଟେ ବଞ୍ଚିଛି

କବିତା ନାୟିକା ହୋଇ...


ନାହିଁ ଅଭିମାନ

ଅଭିଯୋଗ ପେଡି

ଯାଅ ପଛେ ବହୁ ଦୂର...

ଦୁଇ ଆତ୍ମା ଆମ

ଏକ ଓ ଅଭିନ୍ନ

ରହିଥିବା ଏକାକାର...


ଇଂ ସସ୍ମିତା ବେହେରା

ସୋଲର,ଛତିଆ,ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍