Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sankarsan Parida

Others

3  

Sankarsan Parida

Others

ସ୍ୱାଧୀନତା ଓ ଅନ୍ୟାନ୍ୟ କବିତା

ସ୍ୱାଧୀନତା ଓ ଅନ୍ୟାନ୍ୟ କବିତା

1 min
6.9K


ସ୍ୱାଧୀନତା ଓ ଅନ୍ୟାନ୍ୟ କବିତା

ଏଇ ପତାକା ତଳେ 
ନିଗିଡି ପଡିଛି ଅନେକ ରକ୍ତ
ଏଇ ଖମ୍ବ ତଳେ ଟଳି ପଡିଛନ୍ତି
ଅସୁମାରୀ ଦେଶ ଭକ୍ତ।
ଏ ପତାକା ପଳାତକର ନୁହେଁ
ପରାଜିତର ନୁହେଁ
ଲଢେଇ ଓ ବଡେଇର
ବିଜୟ ବୈଜୟନ୍ତୀ
ଐତିହ୍ୟର ମହ ମହ ସ୍ମୃତି
ସାମ୍ୟ ମୈତ୍ରୀ ଶାନ୍ତିର ସଂଗୀତ
ଏଇ କେବଳ ପତାକାଟିଏ ନୁହଁ
ଆମ ଶିରା ପ୍ରଶିରାର
ପ୍ରବହମାନ ରକ୍ତ।
ଗଣତନ୍ତ୍ର
ଏ ପତାକା
ନମିତ ନୁହେଁ
ଅର୍ଦ୍ଧନମିତ ନୁହେଁ
ଅଥଚ ନଇଁ ପଡୁଛି
ନହକି ଯାଉଛି
ଭାଙ୍ଗି ପଡୁଛି ଖୁଂଟ
ଦଳେ ଖଟିଖିଆ 
ମେହନତି ମଣିଷ ହାତରୁ
ବାରମ୍ବାର ଏ ପତାକା
ଲୁଟି ନେଉଛନ୍ତି ଦଳେ ମୁଖାପିନ୍ଧା ଲୋକ।


Rate this content
Log in