STORYMIRROR

Sankarsan Parida

Others

3  

Sankarsan Parida

Others

ll ଦ୍ରୋଣ ll ପ୍ରିୟ ଗୁରୁ ଦ୍ରୋଣ

ll ଦ୍ରୋଣ ll ପ୍ରିୟ ଗୁରୁ ଦ୍ରୋଣ

1 min
28K


ll ଦ୍ରୋଣ ll
ପ୍ରିୟ ଗୁରୁ ଦ୍ରୋଣ
ଆପଣ,ଆପଣଙ୍କ ଗୁରୁ,ତାଙ୍କ ଗୁରୁ ଓ
ଗୁରୁ କୁଳର ଗୌରବ ଗାରିମା,
ବଲ୍ଗାଭଳି ଛୁଟି ଚାଲିଛି ଲଙ୍ଘି କେତେ ଅକ୍ଷାଂଶ ଦ୍ରାଘିମା।
ତୁମ ଶାସ୍ତ୍ର ଶସ୍ତ୍ର ଶିର ଶିରସ୍ତ୍ରାଣ,
ତୁମ ଶିକ୍ଷା ଦୀକ୍ଷା ଦୟା ଧର୍ମ ଦାନ, 
ସବୁରି ଚମତ୍କାରିତାରେ ମୁଁ ହତବଂଭ, ବିମୁଗ୍ଧ ଓ ମନ୍ତ୍ର ମୋହିତ କାଳ କାଳ, 
ଖାଲି କଳିପାରୁନି ଯାହା ଭିକ୍ଷାରେ କାହିଁକି ଏତେ କୁଣ୍ଠିତ କୃପଣ?
କଳି ପାରିନି କହି ପାରିନି,
କହିଲେ କୁଳକୁ ଲାଜ, 
ନକହି କାଳକୁ ଲାଜ, 
ତୁମେ କଣ ସତରେ ଛାୟା ଶୀତଳ ମହାଦ୍ରୁମ ନା ପରାଙ୍ଗପୁଷ୍ଟ ତୃଣ!
ଯେବେ ମାଗି ବସିଲ,
ତେବେ ମାଗିଲ ନାହିଁ କାହିଁକି ଶିର ? 
ନିସଂକୋଚେ ସମର୍ପି ଥାଆନ୍ତି,
ତୁମରି କୁଣ୍ଠିତ ଅନୁଗ୍ରହ ଓ କିଞ୍ଚିତ କରୁଣାରେ ଗଢ଼ା ମୋର ସମଗ୍ର ଶରୀର,
ସକଳ ସାମର୍ଥ୍ୟ ଓ ସ୍ପର୍ଦ୍ଧିତ ପୁରୁଷାକାର, 
ଏତେ ବକଟେ ଆଙ୍ଗୁଠି ପାଇଁ ବଳେଇଲ ଲୋଭ !
ସେଇ ମୋର, ଶ୍ରଦ୍ଧାସ୍ପଦ, ଅପମାନ,
ଅଭିମାନ ,ପ୍ରୀତିସ୍ପଦ, କ୍ଷୋଭ !
ଏତେ ଛୋଟିଆ ଦକ୍ଷିଣା ମୋର ସନ୍ତର୍ପଣେ ସମର୍ପିଲି ଘେନାହେଉ ପ୍ରିୟ ଗୁରୁ ଦ୍ରୋଣ, 
ତୁମେ ମୋର ଇହକାଳ ପରକାଳ ମୁକ୍ତିଦାତା ,ଜନନୀ ଜନ୍ମଭୂମି ଓ ସ୍ୱର୍ଗଠାରୁ ଗୁରୁ ଗରିୟାନ,
ଦୃଶ୍ୟମାନ ଜଗତର 
ପ୍ରିୟ ଭଗବାନ ।।


Rate this content
Log in