Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Behera

Others

3  

Sujata Behera

Others

ରଥଯାତ୍ରା

ରଥଯାତ୍ରା

1 min
6.6K


ପୁଣି ଥରେ ଆସିଛି ଫେରି

ବଡଦାଣ୍ଡେ ଆଜି ଭକତର ଗହଳି

ଭକତ ଓ ଭଗବାନଙ୍କ ମିଳନ,

ଆଷାଢ଼ ଶୁକ୍ଳର ରଥଯାତ!

କାହିଁ କେତେ ଆଡୁ ଧାଇଁ ଆସନ୍ତି,

ଏତେ ଭିଡ ରେ ବି ଦାରୁବ୍ରହ୍ମଙ୍କ ଦରଶନ ପାଇଁ,

ମୁକୁଳା ହୃଦୟରେ,ମୁରୁକି ମୁରୁକି ହସରେ

ଆପଣେଇ ନିଏ ସେ ଚକାଆଖି ,

ପତିତଙ୍କ ଉଦ୍ଧାର ପାଇଁ,

ଏଇ ପବିତ୍ର ପତିତପାବନ ଯାତ!

ଝୁଲିଝୁଲି ଯିବେ ତିନି ମୁରତି,

ବଡଦେଉଳ ରୁ ବଡଦାଣ୍ଡେ,

ପତିତପାବନର ନେତ ଉଡେଇ,

ତାଳଧ୍ୱଜ,ଦେବ ଦଳନ ସହ

ନନ୍ଦିଘୋଷରେ କାଳିଆ କରିବ ଘୋଷଯାତ!

ଘୁ ଘୁ କରି ଯିବକି ଗଡି,

ଭକତ ଗଣ !

ଆନନ୍ଦେ ଟାଣି ନେବେ ରଥ ଦଉଡି

ଭାଇ ଭଉଣୀ କୁ ସାଂଗ ରେ ନେଇ ,

ଜଗା କରିବ ଶ୍ରୀ ଗୁଂଡିଚା ଯାତ!

କେତେ ରକମର ପିଠା ପଣା କରି,

ମାଉସୀ ମାଆ ବସିଛି ବାଟ ଅନେଇ ,

ପାଛୋଟି ଆଣିବାକୁ,

ଭାଇ ଭଉଣୀ ସାଥେ ମଉଡମଣି!

ବରଷକୁ ଥରେ ତିନି ଠାକୁର,

ଜନ୍ମଦେବି ପୀଠକୁ କରିବେ ଯାତ୍ରା,

ସିଂହଦ୍ଵାର ଛାଡି ,

ବିଜେ ହେବେ ଆଡପମଂଡପେ କାଳିଆ ସୁନା!

ମହା ଆଡମ୍ବରେ ଗୁଂଡିଚା ଘରେ ହେବ,

ମହାପ୍ରଭୁଙ୍କର ଦଶାବତାର ବେଶ,

ମହାବାହୁଙ୍କର ଦଶାବତାର ବେଶ ବୋଲି,

ଜନତା ବୋଲଇ ଏହାକୁ ଦଶାବତାର ଯାତ!

ମାଉସୀ ମାଆର ହାତ ପରଶାରେ

ବିତିଯିବ ରହଣି ର ସାତ ଦିବସ,

ପୁଣି ବାହୁଡିବାକୁ ହେବ ଶ୍ରୀକ୍ଷେତ୍ର ଦେଶ,

ବାହୁଡ଼ା ଏକାଦଶୀରେ ସରିଯିବ,

ଜଗାର ନବଦିନ ଯାତ!

ରତ୍ନ ସିଂହାସନେ ଐଶ୍ୱର୍ଜ୍ୟଲିଳା,

ରଥଯାତ୍ରାରେ ଜଗବନ୍ଧୁଙ୍କ ମାଧୁର୍ଯ୍ୟ ଲୀଳା,

ହେ ଜଗନ୍ନାଥ ,ହେ ଭାବଗ୍ରାହୀ ,

ନିଅ ମୋତେ ଏ ଭବ ସାଗରୁ ଉଦ୍ଧାର କରି!!


Rate this content
Log in