STORYMIRROR

Sujata Behera

Others

2  

Sujata Behera

Others

ନିରବ ପ୍ରେମ

ନିରବ ପ୍ରେମ

1 min
13K


କଳା କଜଳର ଗାର

ଆଖିରେ ଲାଗି ହେଇଜାଏ ବେଶି ସୁନ୍ଦର

ନିରବ ଅପେକ୍ଷା ,

ଅନେଇ ରହିଛି ତୋ ଆସିବା ବାଟକୁ॥

କଳା ଘନ କେଶର ଆଢୁଆଳରେ

ଲୁଚି ରହିଚି ,

ତୋ ଚଗଲା ପ୍ରେମର ମିଠା ଛୁଆଁ ॥

ନିରବ ଓଠରେ ଜମାଟ ବାନଧିଚି,

ହୃଦୟର କେତେ ଯେ କଥା ,

ମନକୁ ବିଭୋର କରି ଦିଏ,

ତୋ ଭାବନାରେ ହଜିଯିବାକୁ॥

କଳା ରାତିର ନିରବତାରେ

ଭରି ରହିଚି କେତେ ଯେ ନିଶା

ମନକୁ ଆକୁଳ କରେ

ତୋ ସପନରେ ବୁଡି ଯିବାକୁ॥

କଳା ମେଘର ଆଗମନରେ

ଖେଳିଯାଏ ଶିହରଣ ଯେ କେତେ,

ନିରବ ନିଶ୍ଵାସ ରେ ବି ଭରିଯାଏ ତାତି,

ମନର ତୁଳିରେ ଆନ୍କି ହେଇଯାଏ,

ଝାପ୍ସାପ୍ରେମର ଛବି॥

କଳା ସତେ ସେଇ,

ପ୍ରେମର ନିଆରା ରନ୍ଗ,

ଆଉ, ନିରବତା!

ପ୍ରେମର ଅକୁହା ଭାଷା॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍