ପ୍ରତାରିତା
ପ୍ରତାରିତା
1 min
13.4K
କିଏ ତମେ ଯୋଗୀ ଗୀତଗାଅ ମନ ଦୁଆରେ ଥାଇ ତୁମର ସଂଗୀତ ହୃଦୟ ସ୍ପନ୍ଦନ ଦିଏ ବଢାଇ । ମୋ ଦୁନିଆ ଏକ ନିଷିଦ୍ଧ ସହର ଚାରିପାଖେ ବାଲି ଟାଗଂରା ଭୂଇଁ ଏ ମନ ଉଦ୍ଯାନେ ପ୍ରବେଶ ତ ମନା ସବୁ ପ୍ରଜାପତି ଭ୍ରମର ପାଇଁ ବନ୍ଦ ଦୁଆରରେ କରାଘାତ କରି ଦେଲ ଜଗାଇ । ପ୍ରଣୟ ବୀଣାରେ କି ମଧୁର ସୁର ତୋଳୁଅଛ ଯୋଗୀ ଇଏ କି ଛାନ୍ଦ ମନ ସରସୀରେ ତରଗଂ ଉଠୁଛି ଜାଣିନାକି ଚାରିପାଖେ ମୋ ବନ୍ଧ ସମାଜ ଟାଣିଛି ଲଖମଣ ରେଖା ଖାଲି ମୋପାଇଁ। ମିଶି ପାରେ କେବେ ଧରିତ୍ରୀ ଅମ୍ବର ପତ୍ରଝଡି ପରେ ରହେ କି ଫଗୁଣ ଲଣ୍ତା ବରଗଛ ଛାଇ ନାହିଁ ମୋର ମୋତେ ତୁମେ ମାଗ ମଳୟ ପବନ ଜଳଭରା ନାବ କେବେବି ଡୁବିବ ଚାହିଁଛି ନଈ। - ଚନ୍ଦ୍ର -
