STORYMIRROR

Chandra Sahu

Others

2  

Chandra Sahu

Others

ନୀଳ ଵସନା

ନୀଳ ଵସନା

1 min
2.9K


ନୀଳ ବସନା ତୁମ ପ୍ରେମର ପ୍ରଚଣ୍ଡ ଆକ୍ରମଣ ନୁହେଁ କିଛି ବ୍ୟତିକ୍ରମ କେବେ କେବେ ଈଶ୍ବରକଂର ବି ହୁଏ ମତିଭ୍ରମ। ତୁମକୁ ଗଢିଲା ବେଳେ ରୋଟି ପରି ଗୋଲ ମୁହଁରେ ସେ ଥୋଇ ଦେଲେ ଗୋଲାପି ଦୁଇଟି ରସଭରା ଓଠ କିନ୍ତୁ ଆଖି ତୁମ କଥା କହେ ଅଧର ପଢିବା ଜାଣେ ଚୁମ୍ବନ ର ପାଠ । ହୃଦୟ ତୁମକୁ ଦେଲେ କରିବାକୁ ଶରୀରରେ ରକ୍ତର ସଂଚାର ତାକୁ ନେଇ ତୁମେ କଲ ପ୍ରେମର ବେପାର । ପିରତି ପ୍ରଣୟ ଆଉ ମନ ଦିଆନିଆ ଶୁଣିବାକୁ ଭାରି ଭଲ ଲାଗେ ସୁଆଦିଆ ସପନ ଦେଖାଇ ମନ ଚୋରିକର ବାଘୁଣୀ ପରି କରୁଛ ଶିକାର । ଚାଲିଵାକୁ ଦେଇଛନ୍ତି ପାଦ ଦୁଇ କାଦମ୍ବରୀ ପାନ କଲା ପରି ଚାଲ ତୁମେ ନିତମ୍ବ ହଲାଇ ହଂସିନୀର ଚାଲି ତୁମ ଫୁଲ ପରି ହସ ବହାରିଛ ଦୁନିଆକୁ କରିବାକୁ ବଶ। . . . . . . . . . . . . . . . . . . . . . ଚନ୍ଦ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍