STORYMIRROR

Chandra Sahu

Others

2  

Chandra Sahu

Others

ପାରିଜାତ ଫୁଲ

ପାରିଜାତ ଫୁଲ

1 min
2.3K


ପାରିଜାତ, ତୁମେ ଖାଲି ଫୁଲ ନୁହଁ କିଏ କହେ ତୁମେ ନୀଳ ଆକାଶର ପରୀ କିଏ କହେ ତୁମେ ସରଗର ଅପସରୀ କହନ୍ତି ବି କେତେ ତୁମେ କାଳେ ଦେବେନ୍ଦ୍ରକଂ ମନର ମୟୁରୀ ଏକପତି ବ୍ରତ ପାଇଁ ହେଲନି କାହାରି। ଚିର ଯଉବନ ଖୋଜି ଯାହା ପାଇଲେନି ମୁନି ଋଷି ଗଣ ତୁମ ସଜ ମନଲୋଭା ହସ କେବେହେଲେ ପଡ଼େନା ମଳିନ ତାର ସଂକ୍ରମଣରେ ହସି ଉଠେ ନନ୍ଦନକାନନ। ତୁମ ଦିବ୍ୟ ପ୍ରଭା ଭବ୍ୟ ରୂପ ଶଂଖ ମର୍ ମର୍ ଲଢିଥିଲେ ଯାହାପାଇଁ ଦେବତା ଅସୁର ଅମୃତା ଅପରାଜିତା ତୁମେ ଏକ ଅପହଂଚ ଦୂର। . . . . . . . . . . . . . . . . . . ଚନ୍ଦ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍