STORYMIRROR

ABADHOOT PANDA

Others

4  

ABADHOOT PANDA

Others

ପରମାତ୍ମା ଚିନ୍ତନ

ପରମାତ୍ମା ଚିନ୍ତନ

1 min
324

    

ଯେ ବ୍ରହ୍ମକୁ ଜାଣଇ ସେହି ଏକା ବ୍ରାହ୍ମଣ ସଂସାରେ ପୂଜନୀୟ 

ଈଶ୍ୱର ସୃଷ୍ଟ ଏ ବିଶ୍ୱ ସମସ୍ତଙ୍କ ଭିତରେ ମାନବ ଜୀବନ ଧନ୍ୟ

ସଚରାଚର ସରଜିଲେ ସେ କରିନାହାନ୍ତି କେବେ ବାଛ ବିଚାର

ସନ୍ତାନ ସ୍ନେହେ ପାଳିଲେ ସ୍ଥାବର ଜଙ୍ଗମ ନଦେଇ ଭେଦ ବିକାର 


ସର୍ବ ଶ୍ରେଷ୍ଠ ଜୀବ ରୂପେ ମର୍ତ୍ତ୍ୟେ ମନୁଷ୍ୟକୁ ଦେଲେ ଆଚାର

ବୁଦ୍ଧି ବିଦ୍ୟାରେ କଲା ବଶୀଭୂତ ଜୀବ ଜନ୍ତୁ ବୃକ୍ଷ ଲତା ସମ୍ଭାର

ସୃଷ୍ଟି ଆରମ୍ଭରୁ ପରମେଷ୍ଠୀ ସଂକଳ୍ପ କରିଥିଲେ ଜ୍ଞାନ ମାଧ୍ୟମେ

ଶିଖାଇ ମନୁଷ୍ୟକୁ ଉତ୍ତମ ସ୍ଵଭାବ ରଚିବାକୁ ସ୍ୱର୍ଗ ଧରା ଧାମେ


ଯୁଗ ପରେ ଯୁଗ ଗଲାଣି ବିତି ଏବେ ସୁଧୁରିନି ପୁରା ଧରା-ମଣିଷ

ଜାତି ଗତ ଭେଦ ମନେ ପୋଷି ସଦା ପ୍ରାଣେ ଭରିଲାଣି କଳୁଷ

ସରଗ ରାଇଜେ ଦେଖୁଛନ୍ତି ସବୁ ଆମ ନିର୍ବିକାର ପରମ ଈଶ୍ୱର

ଧରାବାସୀ ଜନଙ୍କ କାର୍ଯ୍ୟ କଳାପ ମାନବ ଗୁଣ ବିରୁଦ୍ଧ ସ୍ୱଭାବର


କହୁଛନ୍ତି ଈଶ୍ୱର ଚାହିଁ ମହାଶୂନ୍ୟକୁ ପରମ ପ୍ରାଣରେ ଖେଦ ଭରି

କରିନୁ ଆମ୍ଭେ ତ ଜାତିପ୍ରଥା ସୃଷ୍ଟି ମହାପ୍ରଳୟକାଳୁ ନ ବିସ୍ମରି

କର୍ମ ଯୋଗ ସାଧିବାକୁ ଭୁଧାମେ କହିଥିଲୁ ଆମ୍ଭେ ଶ୍ରୀଗୀତାରେ

ଦେଖୁ ଆମେ ସ୍ୱର୍ଗରୁ ଲଙ୍ଘିଛନ୍ତି ମର୍ତ୍ତ୍ୟେ ଆଜି ନରପୁଙ୍ଗବ ସକଳେ


ଏକବିଂଶ ଶତାବ୍ଦୀର ଅୟାରମ୍ଭେ ଆମ୍ଭେ ଅଳି କରୁଛୁ ଜନଗଣେ

ଭୁଲି ଯିବାକୁ ରାଗ ଦ୍ୱେଷ ଇର୍ଷା କଳି ସଦା ଆମ୍ଭ ସୁନାମ ସ୍ମରଣେ

ଯିଏ ଯେଉଁ ଭାବେ ଡାକିବ ଆମ୍ଭଙ୍କୁ ସେହି ରୂପେ ହେବ ବିଭୁଦର୍ଶନ

ଅନ୍ୟଥା ନୁହେଁ କେବେ ଗିର ଆମ୍ଭ ସକଳଘଟେ ଆମ୍ଭେ ବିରାଜମାନ


ଜୀବତ୍ମା ରୂପେ ଆମ୍ଭେ କରିଛୁ ନିବାସ ସର୍ବ ମନୁଷ୍ୟ ହୃଦୟ କନ୍ଦରେ

ସମ ଦୃଷ୍ଟିରେ ସଦା ପାଳିଆସିଛୁ ଅଦ୍ୟାବଧି ଜଗତକୁ ବିନା ଦ୍ୱିଧାରେ

ପରମ ପିତା ଆମ୍ଭେ ମନୁଷ୍ୟଜାତି ଆମ୍ଭର ଜ୍ୟେଷ୍ଠତମ ସନ୍ତାନ ସମ

ଆଉ ସବୁ ସୃଷ୍ଟ ଜୀବଗଣ ଅସାର ବିଶ୍ୱେ ଆମ୍ଭ କନିଷ୍ଠ ସନ୍ତାନ ସମ


ମନୁଷ୍ୟପୁତ୍ରଙ୍କୁ ଆମ୍ଭେ ଶିଖାଉ ହେବାକୁ ସଦା ସୁଯୋଗ୍ୟ ସନ୍ତାନ

ଇତର ପ୍ରାଣୀ ଗଣେ ଦୟାର୍ଦ ହେବାକୁ ନରଖି ମନେ ଭାବ ଉତ୍ପୀଡ଼ନ

କାଳର ଉତ୍ତାଳ ତରଙ୍ଗେ ଭାସମାନ ଆଜି ସ୍ୱରଚିତ ଆମ୍ଭ ତ୍ରିଭୁବନ

ଆଶୀର୍ବାଦ କରୁଛୁ ଆମ୍ଭେ ଆଜିର ନରସମାଜେ ଅର୍ଜିବାକୁ ସଦଜ୍ଞାନ l

      ******************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍