Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abadhoot Panda

Others

3  

Abadhoot Panda

Others

ପୋଢ଼ୁଆଁ ପରବ

ପୋଢ଼ୁଆଁ ପରବ

1 min
328


           

ବଡ଼ ଭାଇ ଭଉଣୀଙ୍କ ମନରେ ନୂତନ ଉଦ୍ଦୀପନା ନେଇ ଆସିଛି ଆଜି ପ୍ରଥମାଷ୍ଟମୀ l

କାନେ କାନେ କହିଚାଲିଛି ପୁରୁଣା ଗାଥା ଆଉ ନୈତିକ ନିୟମ ଜ୍ୟେଷ୍ଠ ଅଂଶଙ୍କୁ ପ୍ରଣାମୀ l

ମଧୁର ସମ୍ପର୍କରେ ବନ୍ଧା ଆମ ପରିବାରର ବ୍ୟବହାର ଓ ଚଳଣି ନିବିଡ଼ ରଜ୍ଜୁରେ ବନ୍ଦୀ ଆମେ l

ସନାତନ ତଥା ଆର୍ଯ୍ୟ ସଂସ୍କୃତିର ଅବଧାରକ ଏହି ପବିତ୍ର ସଂହତିର ମର୍ଯ୍ୟାଦାଯୁକ୍ତ ପର୍ବାଣି ଭୂଧାମେ l

ବାପା ମା ଭାଇଭଉଣୀ ସମସ୍ତଙ୍କର ବ୍ୟକ୍ତି ବିଶେଷଙ୍କ ମଧୁର ସମାହାର ଆମ ଏ ପରିବାର l

ଯେଉଁଠି ପାରସ୍ପରିକ ସ୍ନେହ ପ୍ରେମ ଆନ୍ତରିକତା ସହାନୁଭୂତି ସମବେଦନା ଥାଏ ନିରନ୍ତର l

ଆହା କି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି ସେହି ରଚୟିତା ପରମେଶ୍ଵର ଯାହାର ନାହିଁ ପଟ୍ଟାନ୍ତର l

ଶିକ୍ଷା ଦିଅନ୍ତି ସେ ଆମକୁ ନୈତିକତା ଓ ଆଦର୍ଶ ପ୍ରତିବର୍ଷ ପର୍ବ ପର୍ବାଣି ଛଳେ ସନାତନ ଧର୍ମର l

ମାର୍ଗଶୀର ମାସର "ପ୍ରଥମାଷ୍ଟମୀ"ପର୍ବାଣୀ ପୋଢ଼ୁଆଁ ପୁଅ ଝିଅଙ୍କୁ ମନେ ପକାଇଦିଏ ତାଙ୍କ କର୍ତ୍ତବ୍ୟର l

ଅଧିକନ୍ତୁ ମାତୃକୁଳ ପିତୃକୁଳ ସମ୍ପର୍କକୁ କରିଣ ଉଜ୍ଜ୍ୱଳ ଏହିଦିନ

ମାମୁଁ ମାଇଁଙ୍କ ଆଶୀଷ ଲଭନ୍ତି ଭଣଜା ଭାଣିଜୀ ଗଣ l

          


Rate this content
Log in