Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranapratap Ray

Others

4.7  

Ranapratap Ray

Others

ଫକୀରମୋହନ ସ୍ମରଣେ

ଫକୀରମୋହନ ସ୍ମରଣେ

1 min
598


ଫକୀମୋହନ ଥିଲେ ଆମ ଓଡିଆ କଥା ସାହିତ୍ଯର କିରୀଟ

ବିହୀନ ସମ୍ରାଟ 

ବୌଦ୍ଧିକ ଚିନ୍ତା ଚେତନା ତାହାଙ୍କ ଥିଲା ଅଦ୍ବିତୀୟ ଅପ୍ରମିତ

ଭାଷା ସାହିତ୍ଯର ବିଲୁପ୍ତିର କାଳେ ସାଜିଥିଲେ  ସେନାପତି 

ଜାତିର ଉନ୍ନତି କଳ୍ପେ ସଦା ଦେଇଥିଲେ ଆପଣାର ମତି |


ନାରୀଙ୍କୁ ଦେବା ପାଇଁକି ଯଥୋଚିତ ମାନ ସମ୍ମାନ ସମାନ 

ନାରୀ ଶିକ୍ଷା ଲାଗି କରିଥିଲେ ସିଏ ପହିଲିବାର ଉଦ୍ଯମ

ନାରୀ ତ ଅଟଇ ଦେଶ ଗଠନରେ ପୁରୁଷର ସମ  ଭାଗୀଦାର 

ନାରୀ ପାଇଁ ପୁଣି କିଆଁ ଆମ ସମାଜରେ ଏତେ ବାଛବିଚାର |


ଆଜି ବି ଏ ଦେଶର ନାରୀ ଅବହେଳାର ହେଉଛି ଶିକାର 

ମାତା ପିତାଙ୍କ ଠୁଁ ସମାଜ ସଭିଏଁ କରନ୍ତି ତାକୁ ହତାଦର

ନାରୀ ଶିକ୍ଷା ବିନା ଅସମ୍ଭବ ଲାଗେ ଦେଶ ଓ ଜାତିର  ସମୃଦ୍ଧି

ହେ ଦଇବ ନାରୀ ସୁରକ୍ଷା ପାଇଁ ଆମକୁ ଦିଅ ହେ ସଦବୁଦ୍ଧି |


Rate this content
Log in