Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranapratap Ray

Others

4.0  

Ranapratap Ray

Others

ଜଗନ୍ନାଥ

ଜଗନ୍ନାଥ

1 min
222


ହେ ଜଗନ୍ନାଥ !

ଜଗତର ନାଥ ତୁମେ 

ଦରିଦ୍ରର ନାରାୟଣ ତୁମେ

କୋଟି ଓଡିଆ ଜାତିର ମଉଡମଣି ବି ତୁମେ 

ତୁମକୁ ମୋର କୋଟି କୋଟି ପ୍ରଣାମ |


ହେ ଜଗନ୍ନାଥ !

ତୁମର ସେ ଦୁଇ ଚକା ନୟନ

ତୁମର ସେ କଳା ବଦନ 

ଯାହାକୁ ଦେଖି ହୁଏ ଭକ୍ତଙ୍କର ଦୁଃଖ ବିନାଶନ

ତୁମକୁ ମୋର କୋଟି କୋଟି ପ୍ରଣାମ |


ହେ ଜଗନ୍ନାଥ !

ନାମ ତୁମର ଅନେକ ଭକତର ଦିଆ 

କିଏ କହେ ତୁମେ ଭକ୍ତଙ୍କର ଭାବବିନୋଦିଆ 

ପୁଣି କିଏ କହେ ତୁମେ ସାଆନ୍ତ କାଳିଆ 

ତୁମକୁ ମୋର କୋଟି କୋଟି ପ୍ରଣାମ |


ହେ ଜଗନ୍ନାଥ !

ତୁମ ଧାମ ଅଟେ ନୀଳାଚଳ ଧାମ

ଯେଉଁଠି ବିରାଜିତ ତୁମେ ପରମବ୍ରହ୍ମ 

ଯେଉଁ ଧାମରେ ପାପୀର ପାପ ହୁଏ କ୍ଷୁର୍ଣ୍ଣ

ତୁମକୁ ମୋର କୋଟି କୋଟି ପ୍ରଣାମ |




Rate this content
Log in