STORYMIRROR

ABADHOOT PANDA

Others

3  

ABADHOOT PANDA

Others

ଓଃ ମୋ ବୋଉ

ଓଃ ମୋ ବୋଉ

2 mins
210

      

ଏନ୍ତୁଡ଼ିଶାଳେ ଯେବେ କୁଆଁ କୁଆଁ ରାବ ଛାଡ଼ିଲି ମୁହିଁ ।

କୋଳେଇ ନେଲା ଧାଈମା ମୋତେ ବୋଉ ରହିଲା ମୁହଁକୁ ଚାହିଁ ।


ସଦ୍ୟଜାତ ଶିଶୁ ଥିଲି ମୁଁ ଜାଣେନା କିଏ ପର କିଏ ଅପର ।

କରି ଆଖି ମିଟି ମିଟି ପାଟି ଚାକୁ ଚାକୁ ପିଏ ମୁଁ ମୋ ବୋଉ କ୍ଷୀର ।


କାନ କୁଣ୍ଡଉ କୁଣ୍ଡଉ ଗଡ଼ି ଚାଲେ ପଚିଶ ବର୍ଷ ସମୟ ଚକ ।

ବାଲ୍ୟ କୈଶୋର ଅବସ୍ଥା ଅଙ୍ଗେ ନିଭାଇ ହୁଏ ମୁଁ ଆଜି ଯୁବକ ।


ପାଠ ଶାଠ ପଢ଼ି ଚାକିରୀ କରି ହେଲି ମୁଁ ହାତକୁ ଦି ହାତ ।

ପାଠୁଆ ସ୍ତ୍ରୀ ପାଇ ବୋଉ ହେଲା ଖୁସି ବଢ଼ାଇ ଦିଏ ସେ ସ୍ୱର୍ଗକୁ ହାତ


ବୋଉକୁ ଯାଏ ଭୁଲି ଖାଏନି କେବେ ମୁହିଁ ଗାଁରେ ତା ହାତରନ୍ଧା ଭାତ ।ତଥାପି ମୋ ବୋଉ ଅନ୍ତରେ କୋହ ଚାପି ଚାହେଁନା କେବେ ସେ ମୋ ଅହିତ ।


ବୋଉ ମୋତେ କେବେ ଧରିଥିଲା କୋଳେ ଆଜି ପଡ଼େନା ମନେ ।

ବୋଉ ମୋର ଆଜି ବିଧବା ବୁଢ଼ୀ ମାଗେ ସାହାରା ଟିକେ ବିକଳ ପ୍ରାଣେ ।

ବନିଛି ଆଜି ମୁହିଁ ବଡ଼ ଅଫିସର,ମୁଁତ କମ୍ପ୍ୟୁଟର ଯୁଗର ପିଲା ।

ଘର ଖଣ୍ଡେ ଆଜି ସହରେ କରିଛି ଠିଆ ମୁହଁକୁ କରି ମୋ କଳା ।


ବଙ୍କା ବାଟେ ଟଙ୍କା କମେଇ ଆଜି ମାନ ମହତ ଗାଡି ମଟର ପାଇଛି ସବୁ ।

ଡେଲି ପାର୍ଟି ମିଟିଂ କରେ ମୁଁ ଆଟେଣ୍ଡ ସାଜି ଜଣେ ସହରୀ ବଡ଼ ବାବୁ ।


ଘରକୁ ଫେରେ ରାତିରେ ଟାଙ୍କେ ପାନ କରି ମୁଁ ସୋମରସ ।

ଭୁଲି ଯାଏ ମୁଁ ବୋଉର କୋଳ ପାନ କରି ସ୍ତ୍ରୀ ପ୍ରେମ ରସ ।


ରାତି ସାରା ଟଙ୍କା ଗଣି ଗଣି ସକାଳୁ ଉଠିଲେ କାନେ ମୋ ବାଜେ

"ଛାଡ଼ି ଦେରେ ଧନ ମୋର ସବୁ କୁକର୍ମ ଲାଞ୍ଚ ଖୋରୀ ସାଙ୍ଗବାଜେ ।


ମଣିଷ ପରିକା ବଞ୍ଚି ରହିବାକୁ ଶିଖ ବାବୁ ଏଇ ଈଶ୍ୱର ଦୁନିଆ ବୁକେ

ବାପ ଅଜାଙ୍କର ଲିଭିଲା ନାଁ-ଦୀପରେ ତେଲ ଢାଳି ଜାଳିଦେବାକୁ ଟିକେ । 

ପୂର୍ବପୁରୁଷର ଭିଟାମାଟିକୁ ମନମୁନ ଦେଇ ଉଠିଆ କରିବାକୁ ଶିଖ ବାବୁ ।

ଚାକିରୀ ଶେଷ ପରେ ସହର ଛାଡି ନିଜ ଗାଁରେ ସାଜ ବଡ଼ ବାବୁ ।


ମଳି ମୁଣ୍ଡିଆ ଗାଉଁଲି ମୁରୁଖ ଲୋକଙ୍କ ଯେବେ କରିବୁ ସଦା ହିତ ।

ପ୍ରଶଂସା ଖାତିରି ପାଇବୁ ତୁ ନିଶ୍ଚୟ ଅବସର ପରେ ନିରାଟ ସତ ।"


ବୋଉ ପାଟିରୁ ଏ ବଚନ ଶୁଣି ବୁଲିଗଲା ମୋ ପାଠୁଆହାକିମ ମୁଣ୍ଡ ।

ସ୍ତ୍ରୀପ୍ରେମେ ହୁଏ ମୁଁ ପାଗଳ ଜମା ଖୋଲେନା ମୋର ପାଠୁଆ ତୁଣ୍ଡ ।


ଚାହୁଁ ଚାହୁଁ ମାସ ଆଶ୍ଵିନ ସରି ପୁଣ୍ୟ ମାସ କାର୍ତ୍ତିକ ହେଲା ଆରମ୍ଭ ।

ପାଇଲି ମଉକା ଖୋଲିଲା ମୋ ତୁଣ୍ଡ ଅସଲ କଥାଟି ହେଲା ଆରମ୍ଭ


" ଶୁଣୁ ଲୋ ବୋଉ ଶୁଣୁ ଆସିଲାଣି ପରା ତୋର ହବିଷ ବେଳ,

ବାନ୍ଧିଦେ ତୋର ପୁଡ଼ା ପୁଟୁଳି ପାନ ବଟୁଆ ଆଜି ରାତିରୁ ସହଳ ।"


ପରଦିନ ସକାଳୁ ନିଜ ଇଣ୍ଡିକାରେ ବସାଇ ଡ୍ରାଇଭିଂ କରି ବୋଉକୁ ନେଲି । ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡ ଧର୍ମଶାଳାରେ ଥଇଥାନ କରି ଆସିଲି ।


ଓଃ ଓଃ ହଟିଗଲା ବଡ଼ ବୋଝ ମୋ ମୁଣ୍ଡୁ ମନ ହେଲା ଭାରି ଉଶ୍ୱାସ

ଠୁଙ୍କି ରାତେ ମଟନ ବିରିୟାନୀ ପେଟେ ଢୋକି ପେଗେ ବିୟର ପଲଙ୍କେ ଢଳି ନିଦ୍ରାଦେବୀଙ୍କ କୋଳେ କଲି ନିବାସ ।



Rate this content
Log in