ନିତ୍ୟ ବୈକୁଣ୍ଠ
ନିତ୍ୟ ବୈକୁଣ୍ଠ
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ।
ଯହିଁଥାଏ ସ୍ମେହଁ ସ୍ରଧା ଭକ୍ତି ନିରନ୍ତର ।।
ଗୁରୁଜନେ ଭକ୍ତି ପୁଣି ଲଘୁ ଜନେ ସ୍ନେହ ।
ସବୁ ଜନ ସମାନ ଭାବଇ ଯା ହୃଦୟ ।।
କଲହ ବାଦ ବିବାଦେ ନଥାଇ ଯା ମନ ।
ସବୁ ଜନେ ଭାବୁଥାନ୍ତି ଆତ୍ମୀୟ ସ୍ବଜନ ।।
ଜିବଠାରେ ଦୟା ଭାବ ଈଶ୍ୱରଙ୍କୁ ଭକ୍ତି ।
ଯହିଁ ରହିଥାଏ ନିତି ଲଖମି ନାରାୟଣ ବିରାଜନ୍ତି ।।
ପର ଦୁଖ ସୁଖରେ ସମଭାଗି ହୋଇ ।
ପରର ଦୁଃଖ କଷ୍ଟକୁ ନିଜର ଭାବଇ ।।
ତାରଠାରେ ଜଗନ୍ନାଥ ହୁଅନ୍ତି ପ୍ରସନ୍ନ ।
ଅନ୍ତକାଳେ ବୈକୁଣ୍ଠରେ ଦିଅନ୍ତି ଆସନ ।।
ସରବଧର୍ମ ସରବ କରମ ସରବମୟ ଜଗନ୍ନାଥ ।
ଯେ ନିତ୍ୟ ମନରେ ଭାବି କରିଥାନ୍ତି କରମ ।।
ତାଙ୍କଠାରେ ଲଖମି ମାତା ହୁଅନ୍ତି ସଦୟ ।
ଅଣ୍ଣଁ ଦ୍ରବ୍ଯରେ ସେ କେବେ ନପଡେ ଅଭାବ ।।
ଅଖ୍ୟମ ଭିକାରି ବୄଧ୍ୟ ସିଶୁଠାରେ ଦୟା ଭାବ ।
ଦ୍ରୃଜନ ଦେଖିଲେ ସ୍ଥାନ ପରିତ୍ୟାଗ ଯେ କରିବ ।।
ଦୟା କ୍ଷମା ସହିଷ୍ଟୁତା ଅଟେ ବିଷ୍ଣୁ ଭାବ ।
ଭାବ ଭକ୍ତିରେ ଭଜିଲେ ଜଗନ୍ନାଥକୁ ପାଇବ ।।
