STORYMIRROR

Balabanta Sahu

Others

4  

Balabanta Sahu

Others

ନୀରବତା ଭାଙ୍ଗିଲେ ସୁନାମୀ

ନୀରବତା ଭାଙ୍ଗିଲେ ସୁନାମୀ

1 min
25.5K


କେହିଜଣେ ମହାମାନ୍ୟ କହୁଥିଲେ
ଆଧୁନିକ ଯୁଗକୁ ପଛେଇ ଦେଇ
ଅତ୍ୟାଧୁନିକ ଯୁଗରେ ଦେଶ
ଏବେ ଏମିତି ଏମିତି ଯୋଜନା ହେବ
ଯେଉଁଠି ଦିଲ୍ଲୀରେ କାଦୁଅ କରାଗଲେ
ଧାନ ରୁଆ ହେବ ପଲ୍ଲୀରେ ।

ତଥାପି ଆମ ଗାଁ ପରି
କେଉଁ ଗୋଟେ ଶିକ୍ଷିତ ଗାଁ'ରେ ବି'
ଗୁଣୀଗାରିଡିର ଘୋ ଘୋ ନିଆଁରେ
ଜଳିଯାଉଥିବ କେଉଁ ଗୋଟେ ଅସହାୟର କୁଡ଼ିଆ
ଅହଂକାର ଆଉ ଇର୍ଷାର ବର୍ଚ୍ଛା ଆଗେ
ନଇଁଯାଉଥିବ କେତେ ଯେ ନିର୍ଦୋଷ ମଥା
ଦହନ ଆଉ ସହନର ମିଳନରେ
ଫିଙ୍ଗାହେଉଥିବ କେତେ ଯେ ରକ୍ତାକ୍ତ ଜୀବନପିଣ୍ଡ
ଅଭାବ ଆଉ ଦାରିଦ୍ର୍ୟର ଝଡିବର୍ଷାରେ
ପାଣି ଜମୁଥିବ କେଉଁ ଗୋଟେ ବିଧବା ପରିବାରର ଚୁଲିରେ
ଯେଉଁଠି ଦିନ ଦିନ ଧରି ଜଳୁନଥିବ ଚୁଲି ।

ତିନି ତୁଣ୍ଡରେ , ମଝି ଗାଁ'ରେ
ନିଲାମ କରାଯାଉଥିବ
କେଉଁ ଗୋଟେ ଅସହାୟର ଇଜ୍ଜତ୍
ପୁଣି ମହାଭାରତର ଶତ କୌରବ ସାଜି
କେତେକ ରଚୁଥିବେ ଦୀର୍ଘମିଆଦି ଷଡଯନ୍ତ୍ର
କେମିତି ସେମାନେ ଫସେଇବେ ଚକ୍ରବ୍ୟୁହରେ
ମୋ ଭଳି କେଉଁ ଗୋଟେ
ନିରୀହ ଓ ନୀରବ ଅଭିମନ୍ୟୁକୁ...।

ହେଲେ କୌରବମାନେ
ଜାଣିରଖିବା ଉଚିତ ଯେ !
ନୀରବତା ଭାଙ୍ଗିଗଲେ
ବେଶୀ ଦୂର ନୁହେଁ ସୁନାମୀ
ଆଜିର ଏଇ ଶାନ୍ତ ସମୁଦ୍ର ପକ୍ଷରେ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍