STORYMIRROR

ABADHOOT PANDA

Others

3  

ABADHOOT PANDA

Others

ନବ ବର୍ଷ ୨୦୨୧

ନବ ବର୍ଷ ୨୦୨୧

2 mins
213

ପୃଥିବୀ ନିଜ ଚାରି ପାଖେ ଘୁରିଚାଲେ କରିବାକୁ ଦିନ ରାତି l

ପୋଷଣ କରିବାକୁ ବୃକ୍ଷ ପଶୁ ପକ୍ଷୀ ଜାତି l

ମଣିଷମାନଙ୍କ କଠିନ ପରିଶ୍ରମ ନିଜ ଜୀବିକା ଅର୍ଜନେ କ୍ଲାନ୍ତି

ଦର୍ଶନ କରି ଦେବାଳୟେ ସକାଳେ ଦୂର କରନ୍ତି ମନୁ ଭ୍ରାନ୍ତି l


ପୃଥିବୀ ତାର ଇଷ୍ଟ ସୂର୍ଯ୍ୟ ଚାରିପାଖେ ନିତି କରି ଘୁର୍ଣ୍ଣନ l 

ଋତୁଚକ୍ରର ନିୟମ ସଦା ବିଶ୍ବ ମଙ୍ଗଳାର୍ଥେ କରେ ରକ୍ଷଣ l

ପରିକ୍ରମଣ କାଳ କରି ସମାପ୍ତ ଧରଣୀ ବୃତ୍ତାକାରେ ସୌରସୂତ୍ରେ

ପୁରୁଣା ବର୍ଷାନ୍ତେ ନୂଆର ଆନନ୍ଦ ଭରେ ବିଶ୍ୱବାସୀ ପ୍ରାଣେଗାତ୍ରେ


ପ୍ରତିସେକେଣ୍ଡମିନିଟଘଣ୍ଟା ପ୍ରତିଦିବାନିଶି ନୂଆ ବର୍ଷ 2021ର

ଉଦ୍ଭାସିତ କରି ବିଶ୍ୱବାସୀଙ୍କ ମନପ୍ରାଣ ସର୍ବଦା ହେଉ ଶୁଭଙ୍କର

ନିଷ୍କାମ କର୍ମ ଚେତନା ନିଷ୍କାମ ପ୍ରେମ ଭାବନାର ହୋଇ ଉଦ୍ରେକ

ବିଶ୍ୱବାସୀଙ୍କ ପ୍ରାଣେ ଭରି କରୁ ସମ୍ବେଦନ ଶୀଳତାର ପ୍ରତୀକ l


ବିଶ୍ୱବାସୀ ହୁଅନ୍ତୁ ଜାଗ୍ରତ ରକ୍ଷା କରିବାକୁ ପରିବେଶର ସ୍ୱାର୍ଥ

ନରନାରୀ ଗଣ ନିଅନ୍ତୁ ବସୁମାତା ଦାୟୀତ୍ୱ ସାଧିବାକୁ ପରମାର୍ଥ 

ଦାନାପାଣି ଦାତ୍ରୀ ଆମ ଧରିତ୍ରୀ ପାଳି ଆମକୁ କରିଛି ସୁମଣିଷ

ହାଣ୍ଡିଶାଳ ଚୁଲି ପରି ଭାବିବା ତାହାକୁ ମନେ ତାର ଭରି ସୁବାସ


ପିତାମାତା ସର୍ବେ ପାଳନ୍ତୁ ପିଲାଙ୍କୁ ଦେଇ ସଦା ନୀତି ଶିକ୍ଷା ଦାନ

ପାଇବାକୁ ଆଦର୍ଶ ଭାଵୀ ବଂଶଧର ଦାୟାଦ ବଳିଷ୍ଠ ନୀତିବାନ l

ବସୁମାତା ଆଜି ଚାହୁଁଛି ଏକତା ପିତାମାତା ଗୁରୁଜନଙ୍କର ଚିର

ଗଢ଼ିବାକୁ ଏକ ସୁନ୍ଦର ସଂସାର ଶାନ୍ତିପ୍ରେମୀ ଆଦର୍ଶ ବିଶ୍ଵାଳୟ ବାସୀ ନାଗରିକତ୍ୱର l


ସମସ୍ତ ବିଶ୍ୱ ପୁଙ୍ଗବ ଗଣ ଲଭନ୍ତୁ ଯଥାର୍ଥ ପୁରୁଷତ୍ୱ ନୀଳାକାଶତଳେ l

ସମ୍ମାନ ଦେବା ଶିଖନ୍ତୁ ମାତୃଜାତିଗଣେ ସଦା କଳେବଳେ କୌଶଳେ l

ନାରୀ ଓ ପୁରୁଷର ଆତ୍ମା ଏକ ଆଉ ଭିନ୍ନ କଳେବରର ଗଠନ l

ନାରୀପୁରୁଷ ସମାଧିକାର ପ୍ରଦାୟୀ ସ୍ବପ୍ନ ସଫଳ ହେଉ ଚିରନ୍ତନ


ଧନୀ ଗରିବର ଭେଦଭାବ ନ ରହୁ ଆଜିଠୁଁ କେବେ ଧରାପୃଷ୍ଠରେ 

ମାନବ ସମାଜେ ସାମ୍ୟବାଦର ଚେତନା ବିକାଶୁ ମର୍ତ୍ତ୍ୟେ ପ୍ରତ୍ୟକ୍ଷରେ l

ଆତ୍ମାଭିମାନ ଦରିଦ୍ର ତାଡ଼ନ ଭାବଧାରା ସାମାଜିକ ଧନୀକ ଶ୍ରେଣୀର l

ହଟିଯାଉ ସଦା ଆଜିଠୁଁ ଗଢ଼ି ଉଠୁ ସଦଭାବନା ପରସ୍ପର l

ଉଭୟ ଶ୍ରେଣୀର ସହଯୋଗ ଆଜି ଏକାନ୍ତ କାମ୍ୟ ବସୁମାତାର l

ଧନୀ ନିର୍ଦ୍ଧନର ସହଯୋଗେ ବିଶ୍ୱ ସମାଜ ହେଉ ସୁସ୍ୱଚ୍ଛଳ l

ଆଜିଠୁଁ କେହି ନ ରହନ୍ତୁ ବିଶ୍ୱେ ଗୋଟିଏ ବି ଗରିବ ପରିବାର l

ଧନର ପ୍ରାଚୁର୍ଯ୍ୟେ ଲଭନ୍ତୁ ସାମାଜିକ ପ୍ରତିଷ୍ଠା ଗରିବେ ସଚରାଚର l


ନୂଆ ବରଷଟି ହେଉ ଉଦ୍ଭାସିତ ହୋଇ ଅନୁକୂଳ ବିଶ୍ୱବାସୀଙ୍କର

ସ୍ବର୍ଗୀୟ ଶୁଭାଶୀଷ ବାରିଧାରା ବର୍ଷି ଚାଲୁ ସଦା ଭିଜାଇ ତାଙ୍କ ଶିର l

ପ୍ରତ୍ୟେକ ଦେଶର ପ୍ରତ୍ୟେକ ନରନାରୀ ଆଉ ପ୍ରତ୍ୟେକ ଭାବୁକ ଜନ

ଐଶ୍ଵରିକ କରୁଣାମୟ ଚେତନାରେ ହୁଅନ୍ତୁ ଆହ୍ଲାଦିତ ନିରନ୍ତର

ମନ ପ୍ରାଣ ଭରି ଉପଭୋଗ କରି ଚାଲନ୍ତୁ

ଜାଣି ପ୍ରାଧାନ୍ୟ ପରମାତ୍ମାଙ୍କର ଗଢ଼ି ଏକ ଆଦର୍ଶମୟ ବିଶ୍ୱ ପରିବାର l


Rate this content
Log in