STORYMIRROR

ABADHOOT PANDA

Others

3  

ABADHOOT PANDA

Others

ନାରଙ୍ଗୀ ପୃଥିବୀ

ନାରଙ୍ଗୀ ପୃଥିବୀ

1 min
143

ପୃଥିବୀ ଆମରି କମଳା ଲେମ୍ବୁ ପରି ଘର

ଯା ଭିତରେ ମଣିଷ ଜାତି ବଞ୍ଚେ ନିରନ୍ତର ll


କମଳା ରଙ୍ଗ ମନେ ଭରେ ତ୍ୟାଗର ଭାବ

ଶାଶ୍ୱତ ଆଉ ପବିତ୍ରତା ମହକେ ସଦ୍ଭାବ ll


ଇନ୍ଦ୍ରଧନୁର ସପ୍ତ ରଙ୍ଗରୁ କମଳାଟି ନିଆରା

ବଢ଼ାଇ ଦିଏ ବିଶ୍ୱଜନଙ୍କୁ ଦିବ୍ୟାଂଶ ସାହାରା ll


ଅସ୍ତଗାମୀ ସୂର୍ଯ୍ୟଙ୍କ ଆଭାରେ ଥାଏ କମଳା

ଲକ୍ଷ୍ମୀ ଠାକୁରାଣୀଙ୍କ ନାମାନ୍ତର ରୂପ କମଳା ll


ଭାବୁକ କବି ମନେ ଭରିଦିଏ ଯିଏ ସୃଜନ କଳା

ଆଉ କେହି ନୁହେଁ ସେତ ଅଟଇ ରଙ୍ଗ କମଳା ll


ଶିଶୁ ମସ୍ତିଷ୍କରେ ଭରେ ରଂଗୀନ ଭାବନା ସେ

ମାତୃ ବକ୍ଷଜ ଢଙ୍କା କମଳା କାଞ୍ଚୁଲି ପରଶେ ll


ଉତ୍ସାହୀ ଯୁବକ ଯୁବତୀଙ୍କ ପ୍ରିୟ ରଙ୍ଗ ସେ ତ

ପରିଧାନେ ଭୂଷଣେ ପ୍ରମାଣେ ସେ ଅବିରତ ll


ନବ ଉନ୍ମାଦନା ନବ ଉଦ୍ଦୀପନା ଶିକ୍ତ ଚେତନା

କିଶୋର କିଶୋରୀ ଯୁବକ ଯୁବତୀଙ୍କ ସୁଭାବନା


କରଇ ଉଜ୍ଜୀବିତ ଅବିରାମ ଗତିରେ ଦିବା ନିଶି

ନଭାବି କଦାପି ଛୋଟ ବଡ଼ କାରେ ଗୁଣ ବରଷେ ll


ଗୋଲାପୀ ଓଠର ଗୋଲାପୀ ରଙ୍ଗର ସୁଆତପ 

ବେଣୀରେ ଖୋସି ନବ ବଧୂ କରେ ପ୍ରୀତି ଆଳାପ


ବାସର ରାତିରେ ନାଲି କୁଙ୍କୁମ ନାଲି ନଖ ରଙ୍ଗେ

ଆରକ୍ତ ନୟନ କୋଣେ ଅଳିତା ପାଦେ ସୁରଙ୍ଗେ


ତୋଷୁ ଥାଏ ସ୍ୱାମୀର ମନ ରତି କ୍ରୀଡ଼ା କରଣେ

କବରୀର ଅତର ବାସ୍ନାରେ ମହକାଇ ଘରକୋଣେ ll


କବି ଚିତ୍ତେ ଆଭୂଷଣେ ଭୂଷିତ ତରୁଣୀ ସୃଷ୍ଟି କରେ

ଗଭୀର ଉତ୍ସାହ ନିରନ୍ତର ସୃଜନୀ ବିକାଶ ମହୀରେ ll


କମଳାର ରଙ୍ଗ ଭାବୁକର ପ୍ରାଣେ ଆଙ୍କି ଚାଲେ ଛବି

ଚନ୍ଦ୍ର କିରଣେ ବାଳ ସୂର୍ଯ୍ୟ ରଙ୍ଗରେ ନିଛକ ପ୍ରତିଛବି ll


ସୃଜନୀ ସ୍ରୋତ ବୁହାଇ କମଳା ତାର ମନେ ସଦା

ଉତ୍ସାହକୁ କରେ ଉଦ୍ଦୀପିତ କାଢ଼ି ନେଇ ସବୁ ଆପଦ ll


ଶିଳ୍ପୀର ସରାଗ ତୁଳିରେ ପ୍ରକାଶେ ଘନ କମଳା ପୁଲକ

ସତେଜତା ବିକାଶ କରେ ଏଇ କମଳା ରୋମାଞ୍ଚକ ll


କମଳା ଲେମ୍ବୁ ପାଖୁଡ଼ାରୁ ଉତ୍ପତ୍ତି ଏଇ ଆମ ଜ୍ଞାନ

କମଳା ରଙ୍ଗର ତାତ୍ପର୍ଯ୍ୟ ଉପଲବ୍ଧି ଆମର ଧ୍ୟାନ ll



Rate this content
Log in