STORYMIRROR

ABADHOOT PANDA

Others

2  

ABADHOOT PANDA

Others

ମନ ପବନ ଘୋଡ଼ା

ମନ ପବନ ଘୋଡ଼ା

1 min
88

ମନ ପବନ ଘୋଡ଼ା ଚଢ଼ି ପରି ରାଇଜ ରାଜ କୁମାର ଆସନ୍ତି ଉଡ଼ି ଉଡ଼ି।

 ଝରଣା ପାଣି ପିଇ ସାରି ଘୋଡ଼ା ଝପଟାନ୍ତି ଥିରି ଥିରି l

ନନ୍ଦନ କାନନ ରାଜ କୁମାରୀ ସାଜି ଅଭିଷାରିକକା l

ଧରି ଫୁଲମାଳ ହାତେ ବନ୍ଦାପନା କଲେ କଳି ପରିକା।

ବସାଇ ଦେଲେ ରାଜକୁମାର ତାଙ୍କୁ ଘୋଡ଼ା ପିଠିରେ। ନେଇଗଲେ ରାଜକୁମାରୀ ସତୀଙ୍କୁ ଝରଣା କୂଳେ କୂଳେ ବନସ୍ତ ପାହାଡ଼ ଡେଇଁ ଚାନ୍ଦିନୀ ରାତିରେ।

ଉଡ଼ି ଯାଇ ଫୁର୍ କିନା ରୋକିଲେ ଘୋଡ଼ା ନିଜ ପୁରେ। ରାଜମାତା ନେଲେ ପାଛୋଟି କରି ବନ୍ଦାପନା ଦୀପ ଜାଳି ପୁତ୍ରବଧୂଙ୍କୁ।

ରାଜ ପ୍ରାସାଦ ବାସର କକ୍ଷେ ପ୍ରବେଶ କରାଇଲେ ଦୁହିଙ୍କୁ।

 ଗନ୍ଧର୍ବ ବିବାହ ବନ୍ଧନେ ବାନ୍ଧି ହେଲେ ପ୍ରଣୟୀଯୁଗଳ ଦ୍ୱୟ।

 ଆନନ୍ଦ ଉଲ୍ଲାସେ ପିଠାପଣାକ୍ଷୀରୀ ଭୋଜନେ ହେଲେ ଆପ୍ଯାୟିତ ରାଜ ପରିଷଦ ହୋଇ ତନ୍ମୟ।

ଆମେ ଯାଇ ଥିଲୁ ବରଯାତ୍ରୀରେ ସୋମରସ ପିଇ ବାଣ ଫୁଟେଇ ନାଚି ଗାଇ।

ରାଜ ଉଆସରେ ପ୍ରିତୀ ଭୋଜନ ସାରି ଶୋଇଗଲୁ ପଲଙ୍କେ ଚିତ୍ ହୋଇ।


Rate this content
Log in