ମାନବୀୟ ଚୟନ
ମାନବୀୟ ଚୟନ
ମୁଁ କ'ଣ ସତରେ ଚାହେଁ ଧରା ଭୂମି ଉପରେ ସ୍ୱାର୍ଥପରତାର ବୀଜ
ବପନ କରିବାକୁ ମୋର ବ୍ୟକ୍ତିଗତ ଲୋଲୁପତା କୁ ପ୍ରଶୟ ଦେଇ ଆଜ l
ମୁଁ ଜୋର ଦେଇ କହିପାରେ ଯେ ଜ୍ଞାନ ପୂର୍ଣ୍ଣ ଆଶା ଏବଂ ସାର୍ବଜନୀନ ସୁଯୋଗ ମଧ୍ୟରେ
ସତ୍ୟପୂର୍ଣ୍ଣ କାହାଣୀର ନିଶ୍ଚୟ ଅସ୍ତିତ୍ୱ ରହିଛି,
ତଥା ମୋର ମାନବୀୟ ଗୁଣାବଳୀ ଏହି କାହାଣୀରେ ଅନ୍ତର୍ଭୁକ୍ତ ହୋଇ
ସମଷ୍ଟିଗତ ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେଉଛି l
ସର୍ତ୍ତବିହୀନ ପ୍ରେମ ତଥା ସହାନୁଭୂତି ବ୍ୟତିରେକ
ସମସ୍ତ ମାନବୀୟ କର୍ମ ଏକ ଅହଂତ୍ୱର ପରିପ୍ରକାଶ,
ଆଉ ସମସ୍ତ ମାନବୀୟ ଉଦଯୋଗ ଏକ ପାଗଳାମି
ତଥା ଅସଂଯତ ଔଦ୍ଧତ୍ୟ ମିଶ୍ରିତ ଏକ ଆତ୍ମସ୍ୱାର୍ଥର ବିନ୍ୟାସ l
ନିଷ୍ଠାପର ଯତ୍ନ ତଥା ଜାଗତିକ ସମ୍ବେଦନଶୀଳତା ମାଧ୍ୟମେ
ମଣିଷର ପରୋପକାରୀ ଉଦ୍ଦେଶ୍ୟ ହୁଅନ୍ତା ଶକ୍ତିଶାଳୀ ସତତ l
ଆଉ ସ୍ୱାର୍ଥପର ଉଦାସୀନତାକୁ ଅତିକ୍ରମ କରି ପାରିଥାନ୍ତା
ମଣିଷର ସାର୍ବଜନୀନ ସମ୍ବେଦନଶୀଳତା ଅବିରତ l
କରି ପାରେ ମୁଁ ଆଲିଙ୍ଗନ ନିଶ୍ଚୟ ମାନବ ସମାଜ ସହିତ
ସବୁ ମହାସାଗରପୁଞ୍ଜକୁ ଯିବା ପାଇଁ ଅହଂକାରପରିପୂର୍ଣ୍ଣ ପୁଷ୍କରିଣୀର ଉର୍ଦ୍ଧ୍ୱ ସୋପାନକୁ l
ପୁନଶ୍ଚ କରିପାରେ ମୁଁ ଆଲିଙ୍ଗନବଦ୍ଧ ଶତ୍ରୁ ମିତ୍ର ନିର୍ବିଶେଷରେ
ଉଗ୍ରପ୍ରେମୀଳ ଅଭିଳାଷ ସହିତ ଏକରୁ ଅନେକ ବିଶ୍ୱବାସୀଙ୍କୁ l
