STORYMIRROR

ABADHOOT PANDA

Others

3  

ABADHOOT PANDA

Others

ମାନବୀୟ ବିଶ୍ୱାସନୀୟ ନିର୍ଭରତା

ମାନବୀୟ ବିଶ୍ୱାସନୀୟ ନିର୍ଭରତା

1 min
201


ମୋର ରଙ୍ଗ ବେରଙ୍ଗୀ ଜାଲିଆତି ଛଳନାତ୍ମକ ଲୋକ ଦେଖାଣିଆ ବ୍ୟବହାର 

ଠିକ ଏକ ଧୂର୍ତ୍ତ କୋକିଶିଆଳୀ ସଦୃଶ 

ଯାହା ଉପରେ ମୋର ମାନବୀୟ ବିଶ୍ୱାସନୀୟତା କେବେ ସୁଦ୍ଧା କରେନା ନିର୍ଭର l

କିନ୍ତୁ ମୋର ନିଷ୍ଠାପର ଗ୍ରହଣଶୀଳତା ତଥା ସତ୍ୟସନ୍ଧ ଦାୟିତ୍ୱପୂର୍ଣ୍ଣତା 

ମୋର ମାନବୀୟ ବିଶ୍ୱାସନୀୟତା କରେ ନିର୍ଭର l


ମୋର ସତ ଉଦ୍ଦେଶ୍ୟ, 

ମାନସିକ ଅଭିସନ୍ଧି 

ତଥା ମୋର ହସ୍ତଚାଳନାର ଉଦ୍ଦେଶ୍ୟ 

ଓ 

ବ୍ୟବହାରର କାରଣ ଉପରେ ବିଶ୍ୱାସନୀୟତା ମୋର କରଇ ନିର୍ଭର l


କରେ କି ବ୍ୟବହାର ମୋର ଏକ ଅଶ୍ୱବତ ଶାରୀରିକ ଆଉ ମାନସିକ ଶକ୍ତିକୁ 

ଠିକ ଏକ ଦୁର୍ବୃତ୍ତ କିମ୍ବା ପର ଉତ୍ପୀଡ଼କ ଅଶିକ୍ଷିତ ଗାଉଁଲି ଲୋକ ପରି 

ଅଥବା 

ଏକ ମାନବ ହୃଦୟ ବିଦାରକ ଗୋଟିଏ ଯନ୍ତ୍ର ପରି?


ଏକ ଭୟଙ୍କର ନିଷ୍ଠୁର ମନ 

ଏବଂ 

ଦୁର୍ନୀତିଗ୍ରସ୍ତ ଶରୀରକୁ କରେ କି ମୁଁ ବ୍ୟବହାର 

ଅନ୍ୟର ବିଲୋପ ସାଧନେ କିମ୍ୱା ଅନ୍ୟର ଉତ୍ପୀଡ଼ନ ଅଭିପ୍ରାୟେ?


କରେକି ମୁଁ ବ୍ୟବହାର 

ମୋର ଏହି ଆନ୍ତରିକ ଶ୍ରଦ୍ଧାଯୁକ୍ତ ଆଉ ଯତ୍ନଶୀଳ ଶରୀର 

ମୋର ଭାଇବନ୍ଧୁକୁଟୁମ୍ବଙ୍କ ସାହାଯ୍ୟାର୍ଥେ 

କରିବାକୁ ସେମାନଙ୍କୁ ବ୍ୟାଧିରୂପୀ ଅନ୍ତରକ୍ଷୋଭ ମୁକ୍ତ?


ନିଜକୁ ଯେବେ ମୁଁ ମାଗେ କୈଫିୟତ 

ମୋର ଏତାଦୃଶ କର୍ମ ପାଇଁ, 

ପାଏ ମୁଁ ଉତ୍ତର – 

ନାଁ ତୁମେ ରଖିବାକୁ ଏକ ନିଷ୍ଠୁର ଓ ବର୍ବର ଅଲିଭା ଦାଗ ଧରାବୁକେ 

ଧ୍ୱଂସ କରି ମାନବଜାତିକୁ 

କରି ଆସୁଛ ବ୍ୟବହାର ନିଜକୁ 

ଗୋଟିଏ ମାରାତ୍ମକ ଯନ୍ତ୍ର ସଦୃଶ l


ସମଗ୍ର ବିଶ୍ୱକୁ କରିବାର୍ଥେ ପ୍ରଜ୍ଜ୍ୱଳିତ 

ଦେଇ ମୋର ପ୍ରେମ ଓ ମଶାଲରୂପୀ ସୌହାର୍ଦ୍ଦ୍ୟ 

ତଥା ସଂଚାରାର୍ଥେ ବିଶ୍ୱବାସୀ ପ୍ରାଣେ ଆଶା ଓ ବଦାନ୍ୟତା, 

ପ୍ରଦାନାର୍ଥେ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଗୋଷ୍ଠୀତ୍ୱ 

କରିଛିକି କେବେ ମୁଁ ମୋ ମନ ଆଉ ବୁଦ୍ଧିର ପ୍ରୟୋଗ?

       ************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍