ମାଆ
ମାଆ
1 min
426
କେତେ କଷ୍ଟ ସହି ଜନ୍ମ ତୁ ଦେଇଛୁ
ଦେଖେଇଛୁ ଏ ଦୁନିଆ
ତୋ ସନ୍ତାନ ବୋଲି ପରିଚୟ ଦେଇ
ସଂସାରେ କରିଛୁ ଠିଆ
ମୋ ଅଳିଅଝଟ ପୂରା କରିବାକୁ
ନିତି ଖୋଜୁଥାଉ ପଥ
ଯୋଗ୍ୟ ହେବି ନାହିଁ ଶୁଝିବାକୁ ତୋର
ମୋ ଉପରେ ଥିବା ଋଣ
ମୋ କପାଳରେ ମୋ ମାଆର ଆଶିଷ
ରହିଥାଉ ପ୍ରତିଦିନ
ମାଆ ନାମ ଧରି ତୁଣ୍ଡେ ଶେଷ ବେଳେ
ହେବ ମୋ ଜୀବନ ଧନ୍ୟ
