ମା
ମା
ଭଗବାନଙ୍କର ସୁନ୍ଦର ସୃଷ୍ଟିରେ
ଦୁଃଖରେ କରେ ଯେ ଆହା
ଫୁଲଠୁ କୋମଳ ଜହ୍ନଠୁ ଶୀତଳ
ସେ ପରା ଆମର ମା ।
ମମତାର ଘର ସ୍ନେହର ଭଣ୍ଡାର
ଅସୀମ କରୁଣାବତୀ
ସଵୁ ବିପଦକୁ ଆପେ ହସି ନିଏ
କିବା ଦିନ କିବା ରାତି ।
ମାର ପଣତ ଜୀବନର ଗୀତ
ଅଭୁଲା ପ୍ରେମର ଗୀତି
ପୃଥିବୀ ପରି ସହନଶୀଳା ସେ
ହ୍ରୁଦୟେ ନ ଥାଏ ଭୀତି ।
ଧରିତ୍ରୀରେ କେହି ମା ସମ ନାହିଁ
ମାଆତ ଅମୂଲ୍ୟନିଧି
ଉଦାର ,ମମତା, କରୁଣା କୁ ନେଇ
ମା କୁ ଗଢ଼ିଲେ ବିଧି ।
ଭଲପାଇବାର ବିଶାଳ ସାଗର
ହ୍ରୁଦୟରେ ବହି ମାଆ
ପଡ଼ିବା ଆଗରୁ କୋଳେଇ ନିଏ ସେ
ମଥାଚୁମ୍ବି କହେ ଆହା ।
ଦଶମାସ ଦଶ ଦିନ ଗର୍ଭେ ଧରି
ସନ୍ତାନକୁ ହୁଏ ସାହା
ମା ମମତାକୁ କେହି ସରି ନାହିଁ
ମା ବିନା ଜୀବନ ହାଃ ହାଃ ।
ଯା ହ୍ରୁଦୁ ଝରଇ ଅମୃତର ଧାରା
ଆଶିଷେ ବିଜୟ ବାର୍ତ୍ତା
ମା ଆଶୀର୍ବାଦ ଯେ ଜୀବନେ ଲଭିଛି
ସେ ସଵୁଠାରେ ହର୍ତ୍ତାକର୍ତ୍ତା ।
ମାଙ୍କର ଋଣ ସୁଝିନାହିଁ କେହି
ସୁଜିତ ପାରିବ ନାହିଁ
ମା ପରି ଏକ ମଧୁର ସର୍ତ୍ତାଟେ
ଜୀବନେ ପାଇବା କାହିଁ ।
ଜୀବନରେ ସଵୁ ଭୁଲିଯିବ ବନ୍ଧୁ
ମାତାପିତାଙ୍କୁ ଭୁଲିବ ନାହିଁ
ଭୁଲିଲେ ଅହିନର୍କରେ ପଡ଼ିବ
ସଙ୍ଗତେ ନଥିବେ କେହି ।
ଜୟ ଜଗନ୍ନାଥ କାଳିଆ ସାଆନ୍ତ
ଏତିକି ସୁଦୟା ହେଉ
ମାଆର ଆଶିଷ ସଭିଁଙ୍କ ପଛରେ
ଚିରଦିନ ଲାଗି ରହୁ ।
ମାଆଙ୍କ ଗୁଣକୁ ଯେତେ ବଖାଣିଲେ
କହିତ କହି ହୁଏନି
ମୁଁ ଗୋଟେ ଅଧମ କଣ କହିବି
ପଥତ କିଛି ପାଉନି ।
