STORYMIRROR

SUSHANT KUMAR PARIDA

Others

3  

SUSHANT KUMAR PARIDA

Others

ପବିତ୍ର ପାପ

ପବିତ୍ର ପାପ

1 min
120


ତମକୁ ଭଲ ପାଇ ମୁଁ କଣ ଭୁଲ୍ କରିଛି

ଭଲ ପାଇବାଟା କଣ ପାପ

ମୋତେ କହିପାରିବ

ସ୍ୱପ୍ନ କାହିଁକି ରାତିକୁ

କୋହ କାହିଁକି ଛାତିକୁ

କଇଁ କାହିଁକି ଜହ୍ନକୁ

ହ୍ରୁଦୟ କାହିଁକି ମନକୁ ଭଲପାଏ ?


ପତଙ୍ଗ କାହିଁକି ଅଗ୍ନିକୁ

ନଳିନୀ କାହିଁକି ଅଂଶୁମାନଙ୍କୁ

ଚାତକ କାହିଁକି ଜଳକୁ

ବସନ୍ତ କାହିଁକି ମଳୟକୁ

ବାତ୍ୟା କାହିଁକି ପ୍ରଳୟ କୁ ଭଲପାଏ ?


ମାଟି କାହିଁକି ଆକାଶକୁ ଚାହିଁ ରହିଥାଏ

କୋକିଳ କାହିଁକି ବସନ୍ତୠତୁକୁ ସଵୁବେଳେ ଖୋଜେ

ବିଜୁଳି କାହିଁକି କଳା ବାଦଲ ଦେହେ ଖେଳେ

ମା କାହିଁକି ଛୁଆର ଫେରିବା ପଥକୁ ଚାହିଁ ବସିଥାଏ

ଅନ୍ଧାର କାହିଁକି ରାତିକୁ ଖୋଜେ

ଊର୍ମି କାହିଁକି ପୂର୍ଣ୍ଣମୀ ତିଥିକୁ ଖୋଜେ

ନଦୀ କାହିଁକି ସାଗର ଛାତିରେ ମିଶି ଯିବାକୁ ବ୍ୟାକୁଳ ହୁଏ

ପାଗଳ ଭଅଁର କାହିଁକି ନଳିନୀ କୋଳରେ ରାତ୍ରି କାଟି ଦିଏ?


ପ୍ରଜାପତି କାହିଁକି ଫୁଲକୁ ଚୁମ୍ବନ ଦିଏ

ପବନ କାହିଁକି ଗିରିଗୁହା ଦେଇ ବହେ

କହି ପାରିବ ଏହାର ମାନେ କଣ

ଭଲ ପାଇବା ଯଦି ପାପ ହୁଏ 

ତେବେ ସେ ପବିତ୍ର ପାପ

ମୁଁ ବାରମ୍ବାର କରିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SUSHANT KUMAR PARIDA