STORYMIRROR

SUSHANT KUMAR PARIDA

Others

3  

SUSHANT KUMAR PARIDA

Others

ଏଇତ ଜୀବନ

ଏଇତ ଜୀବନ

1 min
500


ସଵୁ କାର୍ଯ୍ୟର କିଛି କାରଣ ଥାଏ

ସଵୁ ଭୁଲ୍ ର କ୍ଷମା

ସଵୁ ପାପର ପ୍ରାୟଶ୍ଚିତ

     ସଵୁ ଆରମ୍ଭର ବିଲୟ

ସଵୁ ବିଦାୟ ର ଏକ ଶୁଭାରମ୍ଭ

   ସୁନ୍ଦର ହ୍ରୁଦୟର ଏକ ମନ 

          ଏଇତ ଜୀବନ.....


ଜୀବନଟା ଏକ ଖରାଛାଇ ଖେଳ

  କେବେ ବୈଶାଖର ଝାଞ୍ଜି

ଆଉ କେବେ ମଳୟ ପବନ

ଜୀବନ ଆକାଶେ କେବେ ଉଇଁଯାଏ ପୂର୍ଣ୍ଣମୀର ଜହ୍ନ

     ଏଇତ ଜୀବନ.......


ଜୀବନର ଚଲାପଥ୍ ଅଙ୍କାବଙ୍କା

  ନଦୀପରି .....

କେବେସାରୁପତ୍ରେ ଢଳଢଳ

ପାଣି ଫୋଟକା ରେ ହସୁଛି ଏ ମନ

ଆଉ କେବେ କିଟିମିଟି ଅନ୍ଧାରର

ଝିଙ୍କାରୀର ଝିଁଝିଁ ସ୍ୱନ

    ଏଇତ ଜୀବନ.....


ସୁଖଦୁଃଖ ଭରା ହସଲୁହ

କ୍ଷେତାକ୍ତ ସୈନିକ....

ମିଠା ଛଳନାର ଘର ରାଗରୁସା

ପ୍ରତାରଣା ମାନଅଭିମାନ.....

ନିଆଁ ନାହିଁ ଜଳିଯାଏ ହ୍ରୁଦତନୁମନ

    ଏଇତ ଜୀବନ.....


ରକ୍ତାକ୍ତ କ୍ଷେତାକ୍ତ ଏଠି ରଣାଙ୍ଗନ

ବୀର ଏଠି ଜୟକରି ବଞ୍ଚେ

ଭୀରୁର ଜୀବନ....

ଠକ୍ କରେ ଅନଶନ

ଲୁହ ପିଏ ଓଠ ନୀତି ଜଳିଯାଏ ମନ

ରହିଯାଏ ଅବଶୋଷ କଟେନାହିଁ ଦିନ

    ଏଇତ ଜୀବନ....


ଜୀବନର ପଥ ଆଗକୁ ଆଗକୁ

ଚାଲିଚାଲି ସରିବନି....

ଚାଲିବ ପଥିକ କେବେ ନ ଥକିବ

ଯନ୍ତ୍ରଣାଦଗ୍ଧ ଏ ଜୀବନ ଧନ୍ୟ

   ଏଇତ ଜୀବନ....


ବାସନ୍ତିକ ଚଇତି ଉଷାର ଶୁଭକାମନା

ସୁଶାନ୍ତ କୁମାର ପରିଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SUSHANT KUMAR PARIDA