STORYMIRROR

ABADHOOT PANDA

Others

3  

ABADHOOT PANDA

Others

କରୁଣାହୀନ କରୋନା

କରୁଣାହୀନ କରୋନା

1 min
154

ଉତ୍ତର ଦିଗରୁ ଆସିଛି ଉଡ଼ି କରୋନା ବାନା l

ସୂର୍ଯ୍ୟ ନାଁ ବିକି ସାଜିଛି ଚୁପ ଶୈତାନ ନର ମାରଣା l

କୋଟି କୋଟି ଜନ ଅଭିଶାପ ମୁଣ୍ଡେଇ ଚାଲିଛି ସେ ତ ବରଷେ ହେଲା l

ଧୂଳିକଣା ଠାରୁ ହୀନ ତନୁ ତାର ବନିଗଲା ଏବେ ପିଶାଚ ଚେଲା    

ପୃଥିବୀ ଘରେ ହା ହା କାର ରଚି ଉଡିଚାଲିଛି କରୁଣା ହୀନ ମଣିଷ ଖିଆ l

ମହାବଳ ବାଘ ଠାରୁ କୋଟି ଗୁଣେ ବଳଶାଳୀ ସେ ଯେ ମହା ଅମାନିଆ l

 ପିିଲା ଠାରୁ ବୁଢ଼ା ବୁଢ଼ୀ ଯାଏଁ ସମସ୍ତେ ବିବ୍ରତ ନପାଇ ଆଜି ଦୃଢ଼ ଆଶ୍ୱାସନା l

ନପାଆନ୍ତି ଗରିବେ ଆଜି ଗଣ୍ଡେ ପେଟକୁ ଦାନା ପିନ୍ଧିବାକୁ ଖଣ୍ଡେ କନା l

ବୈଜ୍ଞାନିକ ମହଲେ ପଡିଛି ଭାଳେଣି କେମିତି ନାଶିବେ କରୁଣା ହୀନ କରୋନାର ଆତଙ୍କ ଗାଥା l

 ଅଖିଆ ଅପିଆ ଦିନରାତି ପଶି ଗବେଷଣାଗାରେ ଘୁରାନ୍ତି ମଥା l ଟୀକା ଟୀକା ଟୀକା ଜୀବନ ରକ୍ଷା କବଚ କରୋନା ଟୀକା l କେବେ ଯେ ଆସିବ ଦୁନିଆ ବଜାରେ ମୁହଁ ନକରି ବଙ୍କା l ଅପେକ୍ଷା ରତ ଆମେ ଈଶ୍ବର ଦୁଆରେ ବଞ୍ଚି ରହିବାକୁ କରୁ ପ୍ରାର୍ଥନା l

ପ୍ରଭୁ ହେ ବଞ୍ଚାଅ ଆମ ବିଶ୍ଵବାସୀଙ୍କୁ କରୋନା ଦାଉରୁ ହୁଅ ନାହିଁ କେବେ ଆନମନା l


Rate this content
Log in