STORYMIRROR

Firoj Patel

Others

3  

Firoj Patel

Others

କି ଦୋଷ ଥିଲା ମୋହର

କି ଦୋଷ ଥିଲା ମୋହର

1 min
13.3K


ଆଜିଠୁ ବନ୍ଦ କଲି

ତୁମକୁ କବିତାରେ ଆଙ୍କିବାର

ଆଜିଠୁ ବନ୍ଦ କଲି

ତୁମ ଶ୍ରାବଣରେ ଭିଜିବାର

ଏବେଠୁ ହିଁ ରଦ୍ଧ କଲି

ତୁମ ସ୍ମୃତି ଆକାଶରେ ଉଡାଣ

ବନ୍ଦ... ହଁ ସବୁ ବନ୍ଦ ।

ଶ୍ରାବଣ ଉଜାଉ ଥାଉ

ବସନ୍ତର ମଳୟ ପରସ

ପ୍ରକୃତିକୁ ମତୁଆଲା କରୁ

ମୋର କ’ଣ ଯାଏ ଆସେ ?

ସ୍ପନ୍ଦନ ଚାଲୁ ନିରନ୍ତର

ଜୀବନର ପ୍ରମାଣ ଦେବାକୁ

ମୋ ପ୍ରତି ଅଙ୍ଗେ ଲାଗୁ ନିଆଁ

ମତେ ପ୍ରତିକ୍ଷଣ ମାରିବାକୁ ...

ଠିକ୍ ଅଛି ଚାଲ...,

ତୁମ ପାଷାଣ ହେବାର ଅଭିନୟରେ

ଆଜିଠୁ ମୁଁ ବି ସାମିଲ ହେବି

ହେଲେ ମୋ ମନ ହିମାଳୟ ତରଳେଇ

ଯେଉଁ ଗଙ୍ଗା ଗଢିଛ

ତାକୁ ରୋକିବି କେମିତି ?

ବଡ଼ ଅଜବ୍

ଏ କୂଟନୀତି ତୁମର

ଚୁପ୍ ରହିଲ କିଆଁ, ଜବାବ ଦିଅ

କୁହ ତ ଥରେ

କି ଦୋଷ ଥିଲା ମୋହର?

#ଫିରୋଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍