STORYMIRROR

Ramesh Chandra Jena

Others

3  

Ramesh Chandra Jena

Others

ଜୀବନ ଏମିତି

ଜୀବନ ଏମିତି

1 min
218

ସ୍ବପ୍ନଟା ଜୀବନ ନୁହେଁ ତଥାପି

ଜୀବନଟା ଖାଲି ସପନଭରା

କେବେ ମନ ଆକାଶରେ 

ଭରପୂର ଦୁଃଖର ବାଦଲ ଭାସେ ।।

କେବେ ପୁଣି ଆସେ 

ଶୀତୁଆ ସକାଳର ସୁଖର କଅଁଳ ଖରା 

କେବେ ସତହୋଇ ସପନରେ 

ଆଖିକାନ୍ଦେ ଆଉ ଓଠ ହସେ ।।

କାଳ ବୈଶାଖୀ ହଠାତ୍ ଆସେଧାଇଁ

କେବେ ଶ୍ରାବଣୀର ଘନ ଘନ ବର୍ଷାରେ

ହୃଦୟର କୂଳ ଛୁଇଁ ବଢିଯାଏ ଅବସାଦ ନଈ

କେବେ ପୁଣି ମରୁ ସାଜି ଜଳୁଥାଏ ମନରେ ।।

ବିଚିତ୍ରମୟ ପ୍ରତି ମଣିଷର ଅଝଟିଆ ମନ

କେବେ ନିଃଶବ୍ଦ ନିଃସଙ୍ଗତାରେ ବିଭୋର

ଆଉ କେବେ ଖୋ ଖୋ କୋଳାହଳ ପୂର୍ଣ୍ଣ

କେବେ ଫଗୁଣର ରଙ୍ଗରେ ଭରିଥାଏ ଶୃଙ୍ଗାର ।।

କିଛି ଭଙ୍ଗାରୁଜା ସ୍ମୃତିର ସମାହାର

କିଛି ଅସମ୍ଭବ ଭାବନାର ଅନଧିକାର

କିଛି ନୀତି ଅନୀତିର ମିଳିତ ଇସ୍ତାହାର

କଛି ପାଇ ହଜେଇବାର ଆର୍ତ୍ତଚିତ୍କାର

କିଛି ବିଶ୍ୱାସ ଅବିଶ୍ୱାସର ଯୁଗ୍ମ ହାହାକାର 

ଏଇଆମ ଜୀବନର ଅନୁଭୂତି ସ୍ବର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍