ଜୀବନ ଏମିତି
ଜୀବନ ଏମିତି
1 min
513
ସ୍ବପ୍ନଟା ଜୀବନ ନୁହେଁ ତଥାପି
ଜୀବନଟା ଖାଲି ସପନଭରା
କେବେ ମନ ଆକାଶରେ
ଭରପୂର ଦୁଃଖର ବାଦଲ ଭାସେ
କେବେ ପୁଣି ଆସେ
ଶୀତୁଆ ସକାଳର ସୁଖର କଅଁଳ ଖରା
କେବେ ସତହୋଇ ସପନରେ
ଆଖିକାନ୍ଦେ ଆଉ ଓଠ ହସେ ।।
କାଳ ବୈଶାଖୀ ହଠାତ୍ ଆସେଧାଇଁ
କେବେ ଶ୍ରାବଣୀର ଘନ ଘନ ବର୍ଷାରେ
ହୃଦୟର କୂଳ ଛୁଇଁ ବଢିଯାଏ ଅବସାଦ ନଈ
କେବେ ପୁଣି ମରୁ ସାଜି ଜଳୁଥାଏ ମନରେ ।।
ବିଚିତ୍ରମୟ ପ୍ରତି ମଣିଷର ଅଝଟିଆ ମନ
କେବେ ନିଃଶବ୍ଦ ନିଃସଙ୍ଗତାରେ ବିଭୋର
ଆଉ କେବେ ଖୋ ଖୋ କୋଳାହଳ ପୂର୍ଣ୍ଣ
କେବେ ଫଗୁଣର ରଙ୍ଗରେ ଭରିଥାଏ ଶୃଙ୍ଗାର ।।
କିଛି ଭଙ୍ଗାରୁଜା ସ୍ମୃତିର ସମାହାର
କିଛି ଅସମ୍ଭବ ଭାବନାର ଅନଧିକାର
କିଛି ନୀତି ଅନୀତିର ମିଳିତ ଇସ୍ତାହାର
କଛି ପାଇ ହଜେଇବାର ଆର୍ତ୍ତଚିତ୍କାର
କିଛି ବିଶ୍ୱାସ ଅବିଶ୍ୱାସର ଯୁଗ୍ମ ହାହାକାର
ଏଇଆମ ଜୀବନର ଅନୁଭୂତି ସ୍ବର ।।
