STORYMIRROR

Balabanta Sahu

Others

2  

Balabanta Sahu

Others

ଜୀବନ ଛତ୍ର

ଜୀବନ ଛତ୍ର

1 min
13.7K


ଟିଟିଲାଗଡ଼ ନୁହେଁ ତତଲାଗଡ଼ ଇଏ

ଏଠି ଏପ୍ରିଲ ପହିଲାରେ ହିଁ

ଆରମ୍ଭ ହୋଇଯାଏ ସବୁକିଛି

ଏକଦମ୍ ଯୁଦ୍ଧ କାଳୀନ ଭିତ୍ତିରେ

ପ୍ରତି ଖବରକାଗଜ ପୃଷ୍ଠାରେ ,

ପ୍ରତି ଟିଭି ଚ୍ୟାନେଲରେ

ଦୁଃଖ ଗୋଟେ ହେଲେ ଭିନ୍ନ ଭିନ୍ନ ଶୀର୍ଷକ

"ତତଲା ତାୱାରେ ଟିଟିଲାଗଡ" ପରି ଅନେକ ।

ବିଚ୍ଛେଦ ପ୍ରେମଠୁ ମଧ୍ୟ ଅସହ୍ୟ ତାତି

ତମାମ୍ ଦିନ ଯାକ , ତା'ସାଥେ ସାଥେ ସାରା ରାତି

କୁମୁଡା ପାର୍ଶ୍ୱରୁ ଧାଇଁଆସୁଥାଏ ନିତିଦିନିଆ ବର୍ଷା

ହଁ... ସେ ଓଜନ ନଥିବା ହାଲୁକା ଝାଞ୍ଜିର ବର୍ଷା ।

ଯିଏକି ସେକେଣ୍ଡ ସେକେଣ୍ଡରେ ଜାହିର୍ କରେ ତୃଷ୍ଣାର ଆବଶ୍ୟକତାକୁ

ତା'ପାଇଁ ତ ଏତେ ସାଜସଜ୍ଜା

ଯଦିବା ନିର୍ବାଚନୀ ସଭା ପରି ରଙ୍ଗା ରଙ୍ଗ ନୁହେଁ

ତଥାପି ;

ରାସ୍ତା କଢେ କଢେ, ଛକ ସ୍ଥାନ ମାନଙ୍କରେ ,ବୃଦ୍ଧ ବରଗଛ ମୂଳେ ମୂଳେ

କାଟି କୁଟା ନିର୍ମିତ କ୍ଷଣସ୍ଥାୟୀ କୁଡ଼ିଆ ଗୋଟେ ଗୋଟେ

ତା' ଭିତରେ ବିଧବା ହେଉ ବା ଅର୍ଦ୍ଧ ଶତ ବୟସର ବୃଦ୍ଧାଟେ

ତା ହାତ ପାହାନ୍ତାରେ ଦୁଇ କି ତିନି ମାଠିଆ ,ତା'ସାଥେ କେତେ ଗ୍ଲାସ

ବାସ୍ ଏତିକିରେ ଯଥେଷ୍ଟ ।

ଦିନ ତମାମ୍ ଦେଇ ଚାଲୁଥିବ ସେ ବୃଦ୍ଧା ଜଣକ

ସହ୍ୟ କରି ଟିଟିଲାଗଡ଼ର ତତଲାଗଡ଼ ରୂପକୁ

ଶତ ଶତ ତୃଷାର୍ତ୍ତ ବାଟୋଇକୁ

ମାଠିଆ ମଧ୍ୟରୁ ଗ୍ଲାସ୍ ଗ୍ଲାସ୍ ଜଳ

ଜଳ ନୁହେଁ ସତରେ ତାଙ୍କ' ଜୀବନ ।

ନିଜ ଜୀବନର ସାୟାହ୍ନରେ ଅନ୍ୟକୁ ଜୀବନ ବାଣ୍ଟିବା

ଏହା କଣ ସାଧାରଣ ସେବା ?

ତା' ବୋଲି ଆଜି ମୋର୍ ଏ ଲେଖା

ଶୁଣିବେ, ଭାବିବେ, ବୁଝିବେ ଜନସାଧାରଣ ସହ ସରକାର୍

ଜଳଛତ୍ର" ପରିବର୍ତ୍ତେ ଜୀବନ ଛତ୍ର" ଆମକୁ ଦରକାର୍ ।


ବଲବନ୍ତ ସାହୁ ( Bab-L-U )


Rate this content
Log in