STORYMIRROR

Balabanta Sahu

Others

4  

Balabanta Sahu

Others

ଗୁଡ଼ାଏ ଅପ୍ରାପ୍ତି

ଗୁଡ଼ାଏ ଅପ୍ରାପ୍ତି

1 min
12.9K


ହୃଦୟକୁ ଡ଼ଷ୍ଟବିନ ଭାବି
ଗୁଡ଼ାଏ ଅପ୍ରାପ୍ତିକୁ ସାଉଁଟି ,
ତୁ ଯେଉଁ କ୍ଷୋଭ କରୁଛୁ
ତା' ପରିଣାମ କଁଣ ଜାଣିନୁ ?

ଥରେ ଭାବୁନୁ...
ରମାସାହୁ ଅଲିଅଳ ଝିଅ ରୁପା କଥା
'ଆଶିଷକୁ ହିଁ ବାହାହେବ' ମନ୍ତ୍ର ଘୋଷି ଘୋଷି
କେତେ ରାଗରୁଷା କଲା ,
ଅନ୍ନପାନି ଛାଡି ଅନଶନ କଲା ,
ଅଳତା ନାଇଲା ନାଇଁ କି ଟିକିଲି ଲଗେଇଲା ନାଇଁ
ପରିଣାମ କଁଣ ମିଳିଲା ?
କେଇଟା ଦିନରେ କଥା ଲଥା ପାଲଟିଗଲା
ପର ଲାଗି ଉଡ଼ିଗଲା ଘରକୁ ଘର
ମାର୍କଣ୍ଡମାଝୀ ଶୁଣିଲା ଆଉ ଖାଁକ୍ ପିଟି ଧାଇଁଲା
କେଇଟା ହପ୍ତା ପରେ
ରୁପା ବାଧ୍ୟହେଲା ତା'ପ୍ରିୟ କଳା ଟିକିଲି ଛାଡି
ପିନ୍ଧିବା ପାଇଁ
ଗାଁ ଛତରା ରାଜୁ ହାତର ନାଲିସିନ୍ଦୁର।

ଗୁଡ଼ାଏ ଅପ୍ରାପ୍ତି ଭିତରେ
ଜୀବନ ଖୋଜୁଥିବା ପ୍ରାପ୍ତିଟେ
ଖୋଜିପାରିବା ହିଁ ପ୍ରେମ ;
ସେଇଥିପାଇଁ ତ କହୁଛି-
ତୁ ବି , ନିଜକୁ ବୁଝେଇଦେ
ଅଙ୍ଗୁଳି ଦେଖେଇ କୌଣସି ଏକ
ଅସଫଳ ପ୍ରେମୀଯୁଗଳକୁ
ନଚେତ୍ ; ରୁପା ଜୀବନ ଭୋଗିବା ଥୟ ।

ଆପଣେଇ ନେ
ଆଉ ଗୋଟେ ପୃଥିବୀ , ଆଉ ଗୋଟେ ଆକାଶ
ଆଉ ଗୋଟେ ମାଟି , ଆଉ ଗୋଟେ ଛାତି
ଆଉ ଗୋଟେ ରାତି , ଆଉ ଗୋଟେ ସାଥି ।

ଜାଣିଛୁ !
ସେ ପୃଥିବୀରେ ଲାଇଟ୍ ଅଫ କଲେ ଅନ୍ଧାର
ଅନ୍ଧାରରେ ଯାହାବି କର୍ ; କ୍ଷମାଯୋଗ୍ୟ
ଆଲୁଅ ପାଇବା ମାତ୍ରକେ କିନ୍ତୁ ସାବଧାନ ହେବୁ !
ଓଢଣା ଦେବୁ , ଲାଜଗହଣା ପିନ୍ଧିବୁ
ଚିହ୍ନାମୁହଁଙ୍କ ପାଇଁ ସାହା ହେବୁ , ରାହା ଦେବୁ
ଆଉ ଅଚିହ୍ନାମୁହଁ ଦେଖିଲେ କିଛି ନଦେଲେ ନାଇଁ
ମୋ ରାଣ ; ଆହାଃ ପଦେ କରିବୁ...

#Bab_L_U
©ବଳବନ୍ତ ସାହୁ


Rate this content
Log in