STORYMIRROR

Bibhudatta Dash

Others

3  

Bibhudatta Dash

Others

ଗପ କହୁନି !

ଗପ କହୁନି !

1 min
155

କଥା ଦେଉଛି, କାନ ଧରୁଛି

ହେବିନି ମୁଁ ଆଗଭଳି 

ଖାଉଛି ମୁଁ ରାଣ…

ମାନିବି ମୁଁ କଥା 

ଆଉ କରିବିନି ଟିକେ ବି କଳି ।।


କେବେଠୁ 

ଦେଇ ଦେଇଛି ଈର୍ଷା, ଲୋଭ

ଆଉ ମୋ ରାଗକୁ ବି ବଳି। 

ନିଆଁରେ କରିଛି ପୋଡ଼ି ଭସ୍ମ

ସଂସାରର ସବୁ ମୋହ

ଆଉ ମାୟାର ଜହରକୁ ଜାଳି ।।


ଦେଖ କେମିତି… 

ଏଇ ମନରୁ 

ଦେଇଛି ମୁଁ ଧୋଇ 

ଅତୀତର ସେଇ କାଳି।

ଛଡେଇଛି ପୋଛି

ଥିଲା ଯେତେ ପାପର ମଳି।।



କଥା ଦେଉଛି, କାନ ଧରୁଛି

ହେବିନି ମୁଁ ଆଗଭଳି 

ଖାଉଛି ମୁଁ ରାଣ…

ମାନିବି ମୁଁ କଥା 

ଆଉ କରିବିନି ଟିକେ ବି କଳି ।।


ଆସିଛି ଆଜି ମୁଁ

ମୁଖେ ଟିକା ଚନ୍ଦନ ବୋଳି…। 

ହୃଦୟରୁ ଆଜି ମୁଁ 

ଆଣିଛି ହାତରେ ବାନ୍ଧି 

ପ୍ରେମ ହାର ସହ ବନ୍ଧନର ମାଳି।।


 

ଦୂର ଜଙ୍ଗଲ ପାହାଡ଼ରୁ ଚଢି,

ତୁମେ ଆସିବ ବୋଲି ଜାଣି।

ଆଣି ସଜେଇଛି ଏଇଠି ପାରି

ପଦ୍ମ, ପାରିଜାତ, ଟଗର ଭଳି 

ଥିଲା ଯେତେସବୁ ଫୁଲକୁ ତୋଳି ।।


କଥା ଦେଉଛି, କାନ ଧରୁଛି

ହେବିନି ମୁଁ ଆଗଭଳି 

ଖାଉଛି ମୁଁ ରାଣ…

ମାନିବି ମୁଁ କଥା 

ଆଉ କରିବିନି ଟିକେ ବି କଳି ।।



ଧରି ଆଣିଛି ହାତକୁ ଖୋଲି

ଦେହ, ମନ, ମାନସରେ ଭରି 

କେବଳ ତୁମ ପାଇଁ

ଭକ୍ତିଭାବର ମୋର ଟିକିଟିଏ ଥାଳି।।


ତୁମ ଇଛା…

କହୁଛ ଯଦି କୁହ,

ଦେଉଛ ଯଦି ଦିଅ

ମନଇଛା କରି ଆକଟ ଆଉ ଗାଳି।।



ହେଲେ ଶୁଣିଯାଅ ଥରେ 

ତଥାପି ମୁଁ କରୁଛି କେବଳ

ଏଇ ଗୋଟିଏ ଅଳି…।

ଚାଲି ଆସନା ଥରେ ଡେଇଁ 

ବଡ଼ଦାଣ୍ଡର ସେଇ ଧୂଳି,

ମାଡିଆସନା ଥରେ ନନ୍ଦିଘୋଷ ଧରି

ମୋ ଘର, ଏଇ ଦୁଆର ଆଉ ଗଳି…।।


ମୁଁ 

କଥା ଦେଉଛି, କାନ ଧରୁଛି

ହେବିନି ମୁଁ ଆଗଭଳି 

ଖାଉଛି ମୁଁ ରାଣ…

ମାନିବି ମୁଁ କଥା 

ଆଉ କରିବିନି ଟିକେ ବି କଳି ।।


Rate this content
Log in