STORYMIRROR

Bibhudatta Dash

Others

3  

Bibhudatta Dash

Others

ଆରେ କେହିତ କୁହ !

ଆରେ କେହିତ କୁହ !

2 mins
13.4K


ସେ ଏମିତି ଗୋଟେ ଝିଅ

ଯାହାକୁ ଦେଖି ପ୍ରଥମ ଥର

ମୁଁ ହୃଦୟ ହଜେଇଥିଲି ।

ବିଶ୍ବାସ କର ଆଠମାସ ପରେ

ଆଜି ପ୍ରଥମଥର ମତେ ମ୍ୟାସେଜ୍ ଦେଲା ଯେ..

ସେ ମତେ ଦେଖାକରିବାକୁ ଆସୁଛି,

ଆରେ କେହିତ କୁହ ମତେ କ'ଣ କରିବାର ଅଛି ।।


ସେ ଏମିତି ଗୋଟେ ଝିଅ

ଯାହାକୁ ଦେଖି ପ୍ରଥମ ଥର

ମୁଁ ହୃଦୟ ହଜେଇଥିଲି ।

କେବେ ଯଦି ରାସ୍ତାକଡ଼ରେ ତାକୁ ଦେଖିଦିଏ

ମୁଁ ରାସ୍ତା ବଦଳେଇ ଅନ୍ୟପଟେ ଚାଲିଯାଉଥିଲି ।

ଆଉ ପ୍ରତିଦିନ ଫେରିବାବାଟରେ

ପୁଣି ସେଇ ଛକରେ, ତାକୁ ଅପେକ୍ଷା କରୁଥିଲି ।

ସେ ଯେବେ କଲେଜ୍ ଯାଉଥାଏ

ଲୁଚି ଲୁଚି ଛାତ ଉପରୁ ମୁଁ ତାକୁ ଦେଖୁଥିଲି ।

ତା'ର ସାଇକେଲ ଆଗରେ ଲାଗିଥିବା ବାସ୍କେଟ୍ ରେ

ସେଦିନ ଗୁରିଆ ମାଳିଠୁ ନେଇଥିବା ଗୋଲାପ ମୁଁ ରଖିଥିଲି ।

ଆଉ କ୍ଲାସରେ କେହି ନଥିଲା ବେଳେ,

ତା ବ୍ୟାଗ୍ ର ଉପର ଥାକରେ

ବେନାମୀ ଚିଠିଟେ ତ ମୁଁ ପୁରେଇଥିଲି ।

ଏତେ ଦିନପରେ...

ଆଜି ସେ ମତେ ଦେଖାକରିବାକୁ ଆସୁଛି,

ଆରେ କେହିତ କୁହ ମତେ କ'ଣ କରିବାର ଅଛି ।।


ସେ ଏମିତି ଗୋଟେ ଝିଅ

ଯାହାକୁ ଦେଖି ପ୍ରଥମ ଥର

ମୁଁ ହୃଦୟ ହଜେଇଥିଲି ।

କ୍ୟାମ୍ପସରେ ଥିବା ଦେବଦାରୁ ଗଛମୂଳରେ ବସି

ସେ ଯେବେ କ୍ଲାସରୁ ବାହାରେ,

ତା'ର ରାଜହଂସୀ ଚାଲିକୁ ଦେଖୁଥିଲି ।

ଆଉ କମନରୁମର ବାରଣ୍ଡାରେ ବସି

ସାଙ୍ଗମାନଙ୍କ ସହ ସେ କଥାହେଲାବେଳେ,

ବାରମ୍ବାର ତା ଆଖିରେ ଖସିପଡୁଥିବା ବାଳକୁ

ଯେତେବେଳେ ସେ ଟେକୁଥାଏ, ମୁଁ ତ ଅଧା ମରୁଥିଲି ।

ମୁଁ ପଠେଇଥିବା ମେସେଜ୍ ର ରିପ୍ଲାଏ ପାଇଁ

ସାରାଦିନ ଅପେକ୍ଷାରେ ଛଟପଟ ହେଉଥିଲି,

ବିଶ୍ବାସ କର...

ପ୍ରଥମ ଥର...

ଆଜି, ସେ ମତେ ଦେଖାକରିବାକୁ ଆସୁଛି,

ଆରେ କେହିତ କୁହ ମତେ କ'ଣ କରିବାର ଅଛି ।।


ସେ ଏମିତି ଗୋଟେ ଝିଅ

ଯାହାକୁ ଦେଖି ପ୍ରଥମ ଥର

ମୁଁ ହୃଦୟ ହଜେଇଥିଲି ।

ଆଉ ଷ୍ଟୁଡିଓ ମେନକାରୁ ଲୁଚେଇକି ଆଣିଥିବା

ତାର ସେଇ ଶାଢ଼ୀପିନ୍ଧା ଫୋଟଟିକୁ ଦେଖିଦେଲେ

ଘଣ୍ଟାଏ ପର୍ଯ୍ୟନ୍ତ ମୁଁ କୁଆଡେ ଯେମିତି ହଜିଯାଉଥିଲି ।

କଲେଜ୍ ଇଲେକ୍ସନ କ୍ୟାମ୍ପେନିଙ୍ଗ୍ ରେ ତା ଘରକୁ ଯାଇ

ଗୋଟେ ଗ୍ଲାସ ପାଣି ମାଗିକି ପିଇଥିଲି ।

ଆଉ ସେଦିନ ମାଲ୍ ଟେ କହିଲା ବୋଲି

ଟୁବୁଲାକୁ ମୁଁ ନିର୍ଧୁମ୍ ପିଟିଥିଲି ।

ବିଶ୍ବାସ କର !!

ସେଇ ଝିଅ..

ଆଜି ମତେ ଦେଖାକରିବାକୁ ଆସୁଛି..

ଆରେ କେହିତ କୁହ ମତେ କ'ଣ କରିବାର ଅଛି ।।


✍️ ବିଭୂଦତ୍ତ ଦାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍